୯ ନେତାଙ୍କ ଉପରୁ ନିଲମ୍ବନ ହଟାଇଲା ବିଜେଡି

କେନ୍ଦ୍ରାପଡ଼ାର ୯ ନେତାଙ୍କ ଉପରୁ ଉଠିଲା ନିଲମ୍ବନ।

୬ଟି ୱାର୍ଡ଼ ଓ କେନ୍ଦ୍ରାପଡ଼ା ବ୍ଲକର ନେତାଙ୍କ ଉପରୁ ଉଠିଲା ନିଲମ୍ବନ

କେନ୍ଦ୍ରାପଡ଼ା, ୧୭/୧୨/୨୩: କେନ୍ଦ୍ରାପଡ଼ା ଜିଲ୍ଲାର ନେତାଙ୍କ ଉପରୁ ନିଲମ୍ବନ ଉଠାଇଛି ବିଜେଡି। ବିଭିନ୍ନ ଘଟଣାରେ ନିଲମ୍ବିତ କରା ଯାଇଥିବା ୯ ଜଣ ନେତାମାନଙ୍କ ଉପରୁ ଏହି ନିଲମ୍ବନ ଉଠାଯାଇଛି।

ଏମାନଙ୍କ ମଧ୍ୟରେ ଅଛନ୍ତି : ୱାର୍ଡ଼ ନମ୍ବର ୨ର ଶ୍ରୀ କାଳୀପ୍ରସାଦ ମିଶ୍ର, ୱାର୍ଡ଼ ନମ୍ବର ୪ର ଶ୍ରୀ ଦେବେନ୍ଦ୍ର ରାଉତ ଓ ସୁଶ୍ରୀ ନିବେଦିତା ସ୍ୱାଇଁ, ୱାର୍ଡ଼ ନମ୍ବର ୬ର ଶ୍ରୀ ଗୌତମ ସ୍ୱାଇଁ, ୱାର୍ଡ଼ ନମ୍ବର ୧୦ର ଶ୍ରୀ ପ୍ରଶାନ୍ତ ସିଂହ ଓ ରଶ୍ମିତା ସିଂହ, ୱାର୍ଡ଼ ନମ୍ବର ୧୩ର ଏସକେ ଅସଲମ, ୱାର୍ଡ଼ ନମ୍ବର ୧୯ର ଶ୍ରୀ ଶଶିକାନ୍ତ ବାଳା ଏବଂ କେନ୍ଦ୍ରାପଡ଼ା ବ୍ଲକର ଶ୍ରୀ ରାଜେଶ ପଣ୍ଡା ରହିଛନ୍ତି।