ଭିଜିଲାନ୍ସ ହାବୁଡରେ ପଡିଲେ ଭିଏଲଡବ୍ଲ୍ୟୁ

ଭିଜିଲାନ୍ସ ପକ୍ଷରୁ ଭିଏଲଡବ୍ଲ୍ୟୁ କମ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗିରଫ କରାଯାଇଛି।

ଲାଞ୍ଚ ନେଇ ଜେଲ ଗଲେ

ଭୁବନେଶ୍ୱର, ୧୮/୧୨/୨୩: ଲାଞ୍ଚ ମାମଲାରେ ଜଣେ ପଞ୍ଚାୟତ ଗ୍ରାମସ୍ତରୀୟ କର୍ମକର୍ତ୍ତା (ଭିଏଲଡବ୍ଲ୍ୟୁ) ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇ ଦୁଇ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି।

ପିସି ଆକ୍ଟ-୧୯୮୮ର ଧାରା ୧୩(୨) ଓ ୧୩(୧)(ଡି) ଅନୁଯାୟୀ ଲାଞ୍ଚ ପାଇଁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଅଶୋକ କୁମାର ପାଟ୍ଟଶାଣୀଙ୍କୁ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ପୈଠ ନକଲେ ତାଙ୍କୁ ଆଉ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ।

ଖୋର୍ଦ୍ଧା ବେଗୁନିଆ ବ୍ଲକ ଅନ୍ତର୍ଗତ ହୀରାପୁର ଗ୍ରାମ ପଞ୍ଚାୟତର ଭିଏଲଡବ୍ଲୁ-କମ-କାର୍ଯ୍ୟନିର୍ବାହୀ ଅଧିକାରୀ ପାଟ୍ଟଶାଣୀଙ୍କୁ ସରକାରୀ ଯୋଜନାରେ ଘର ତିଆରି ପାଇଁ ବିଲ୍ ପ୍ରସ୍ତୁତି ଏବଂ ତାଙ୍କ ସପକ୍ଷରେ ଦ୍ୱିତୀୟ କିସ୍ତି ବଣ୍ଟନ ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ଲାଞ୍ଚ ମାଗିବା ଏବଂ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଥିଲା। ଦୋଷୀ ସାବ୍ୟସ୍ତ ହେବା ପରେ ଏବେ ଶ୍ରୀ ପାଟ୍ଟଶାଣୀଙ୍କୁ କାର୍ଯ୍ଯରୁ ବହିଷ୍କାର କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଦଫା ୧୩(୨) ଆର/ଡବ୍ଲୁ ୧୩(୧)(ଡି)/୭ ପିସି ଆକ୍ଟ-୧୯୮୮ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।