କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ

୫୯.୮୭ କୋଟି ଟଙ୍କା ବ୍ୟୟରେ ଡାଖିନାଡିହାରୁ କେରଡ଼ାଗଡ଼ ରୋଡ୍ ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀ ଉପରେ ଚାଲିଥିବା ଏଚ୍ ଏଲ୍ ସେତୁର ଅଗ୍ରଗତି ସମୀକ୍ଷା କରିଛନ୍ତି।

ଶ୍ରୀ ବଳଦେବଜୀଉ ମନ୍ଦିରରେ ପୂଜାର୍ଚ୍ଚନା

ଭୁବନେଶ୍ଵର, ୧୮.୧୨.୨୦୨୩: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫ଟି ଓ ନବିନ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ. ଭି.କେ.ପାଣ୍ଡିଆନ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ କୃଷକ, ମିଶନ ଶକ୍ତି ଗ୍ରୁପ୍ ସଦସ୍ୟ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ଆଲୋଚନା କରିଛନ୍ତି।

ଶ୍ରୀ ପାଣ୍ଡିଆନ୍ ଏପ୍ରିଲ ମାସରେ କେନ୍ଦ୍ରାପଡ଼ା ଗସ୍ତ ସମୟରେ ଜନସାଧାରଣଙ୍କ ଠାରୁ ମିଳିଥିବା ଆବେଦନ ଆଧାରରେ ମଞ୍ଜୁର ହୋଇଥିବା ରାଜନଗର ବ୍ଲକରେ ୫୯.୮୭ କୋଟି ଟଙ୍କା ବ୍ୟୟରେ ବ୍ରାହ୍ମଣୀ ନଦୀ ଉପରେ ଚାଲିଥିବା ଏଚ୍ ଏଲ୍ ପୋଲର ଅଗ୍ରଗତି ସମୀକ୍ଷା କରିଥିଲେ।

୩ କୋଟି ୩ ଲକ୍ଷ ଟଙ୍କା ବ୍ୟୟରେ କେରଡ଼ାଗଡ଼ସ୍ଥିତ ଜଗନ୍ନାଥ ମନ୍ଦିରର ବିକାଶ ଓ ନବୀକରଣ ନେଇ ସମୀକ୍ଷା କରିବା ସହ ପୂଜକ ଓ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଥିଲେ। ଗତ କେନ୍ଦ୍ରାପଡ଼ା ଗସ୍ତ ସମୟରେ ସେ ଏହି ମନ୍ଦିର ପରିଦର୍ଶନ କରିଥିଲେ ଯେଉଁଠାରେ ଲୋକମାନେ ତାଙ୍କୁ ମନ୍ଦିରର ବିକାଶ ପାଇଁ ଅନୁରୋଧ କରିଥିଲେ ।

ସେ ଗୋପାଳପୁର ଛକ, ମଦନପୁର ଛକ, ଏସଡିଏଚ ନିକଟସ୍ଥ ଆଇବି ଛକ, ପଟ୍ଟାମୁଣ୍ଡାଇ, ଗୋଗୁଆ ଓ ଟିନିମୁହାଣିଠାରେ ଆୟୋଜିତ ବିଭିନ୍ନ ଜନସଭାରେ ଯୋଗଦେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ।

ଶେଷରେ ଶ୍ରୀ ପାଣ୍ଡିଆନ ଇଚ୍ଛାପୁରସ୍ଥିତ ବଳଦେବଜୀଉ ମନ୍ଦିର ନିକଟରେ ଏକ ସାଧାରଣ ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ପରେ ଶ୍ରୀଶ୍ରୀ ବଳଦେବଜୀଉ ମନ୍ଦିରଯାଇ ପୂଜାର୍ଚ୍ଚନା କରିବା ସହ ଭକ୍ତ ଓ ପୁରୋହିତଙ୍କ ସହ ଆଲୋଚନା କରିଥିଲେ।

ଆଜି ତାଙ୍କ ଗସ୍ତ ସମୟରେ ସ୍ଥାନୀୟ ଲୋକ ଓ ନେତାମାନେ ତାଙ୍କୁ ବହୁ ସଂଖ୍ୟାରେ ସ୍ୱାଗତ କରିଥିଲେ।