ଭିଜିଲାନ୍ସ ସ୍କାନରରେ ସମ୍ବଲପୁର ଡେଭଲପମେଣ୍ଟ ଅଥରିଟି ପ୍ଲାନିଂ ମେମ୍ବର, କିରାଣୀ

ଭିଜିଲାନ୍ସ ସ୍କାନରରେ ସମ୍ବଲପୁର ଉନ୍ନୟନ ପ୍ରାଧିକରଣ ପ୍ଲାନିଂ ମେମ୍ବର ଓ କନିଷ୍ଠ କିରାଣୀ।

ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି

ଭୁବନେଶ୍ୱର, ୧୯/୧୨/୨୩: ଭିଜିଲାନ୍ସ ସ୍କାନରରେ ସମ୍ବଲପୁର ଉନ୍ନୟନ ପ୍ରାଧିକରଣ ପ୍ଲାନିଂ ମେମ୍ବର ଓ କନିଷ୍ଠ କିରାଣୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଉନ୍ନୟନ ପ୍ରାଧିକରଣର ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ର ଓ କନିଷ୍ଠ କିରାଣୀ (ଚୁକ୍ତିଭିତ୍ତିକ) ଲକ୍ଷ୍ମୀ ନାରାୟଣ ସାମଲଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି।

ଅଭିଯୋଗ କ୍ରମେ ଭିଜିଲାନ୍ସ ପକ୍ଷରୁ ମଙ୍ଗଳବାର ଦୁଇ ଜଣଙ୍କ ସମ୍ପତ୍ତି ଉପରେ ସମ୍ବଲପୁର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଚଢାଉ କରାଯାଇଛି। ଏହି ଚଢାଉରେ ଓଡ଼ିଶା ଭିଜିଲାନ୍ସ ବିଭାଗର ୬ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୬ ଜଣ ଏଏସ୍ଆଇ ଓ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି।

ଆବେଦନକାରୀଙ୍କୁ ଜାଲିଆତି ଓ ବିଲ୍ଡିଂ ପ୍ଲାନର ନକଲି ଅନୁମୋଦନ ପତ୍ର ପ୍ରଦାନ ଅଭିଯୋଗରେ ୨୦୨୩ ସେପ୍ଟେମ୍ବର ମାସରେ ସମ୍ବଲପୁର ପୁଲିସ ଉଭୟଙ୍କୁ ଗିରଫ କରିଥିଲା। ଆଉ ଏବେ ପୁଣି ଥରେ ସ୍କାନରକୁ ଆସିବା ପରେ ଚଢାଉ କରାଯାଇଛି।

ବନ୍ଦିତା ମହାପାତ୍ରଙ୍କ ସହ ଜଡ଼ିତ ନିମ୍ନଲିଖିତ ସ୍ଥାନରେ ଚଢ଼ାଉ ଜାରି ରହିଛି:

ଭୁବନେଶ୍ୱର ଗାଡ଼କଣସ୍ଥିତ ନେତାଜୀ ସୁବାସ ଏନକ୍ଲେଭରେ ବନ୍ଦିତା ମହାପାତ୍ରଙ୍କ ଏକ ଆବାସିକ ଆପାର୍ଟମେଣ୍ଟ (ଫ୍ଲାଟ ନଂ.ପି/୬)।

ଭୁବନେଶ୍ଵର ର ସୌଭାଗ୍ୟ ନଗର ୟୁନିଟ୍ ନଂ-୧୯, ପ୍ଲଟ ନଂ ୧୫୫୯/୬୦୦୧ (ସବପ୍ଲଟ୍-୯୮) ଉପରେ ବନ୍ଦିତା ମହାପାତ୍ରଙ୍କ ଏକ ଆବାସିକ ତିନି ମହଲା କୋଠା।

ବନ୍ଦିତା ମହାପାତ୍ରଙ୍କ ସମ୍ପର୍କୀୟଙ୍କ ବାସଭବନ ପ୍ଲଟ ନମ୍ବର – ଏଲଆଇଜି/୨୪୦, ହାଉସିଂ ବୋର୍ଡ କଲୋନୀ, ବରମୁଣ୍ଡା।

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଖୁଣ୍ଟା ରାଣୀବନ୍ଧ ଗ୍ରାମର ବନ୍ଦିତା ମହାପାତ୍ରଙ୍କ ପୈତୃକ ଘର।

ସମ୍ବଲପୁର ଏସଡିଏ ଭବନରେ ବନ୍ଦିତା ମହାପାତ୍ରଙ୍କ କାର୍ଯ୍ୟାଳୟ କକ୍ଷ ।

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବନ୍ଦିତା ମହାପାତ୍ରଙ୍କ ଶ୍ୱଶୁରଙ୍କ ଆବାସିକ ସରକାରୀ କ୍ୱାର୍ଟର।

ଲକ୍ଷ୍ମୀ ନାରାୟଣ ସାମଲଙ୍କ ସହ ଜଡ଼ିତ ନିମ୍ନଲିଖିତ ଚଢାଉ:

କ୍ୱାର୍ଟର ନଂ. ଇ-୪/୭, ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ପୁରୁଣା ଏସବିଆଇ ପାର୍କ ଲାଇନ।

ସମ୍ବଲପୁର ବୁର୍ଲା କଣ୍ଟାପାଲି ମୌଜାରେ ନବନିର୍ମିତ ତିନି ମହଲା କୋଠା।

ସମ୍ବଲପୁର ଦୁର୍ଗାପାଲିସ୍ଥିତ ଏସଡିଏରେ ସାମଲଙ୍କ କାର୍ଯ୍ୟାଳୟ।