ଭିଜିଲାନ୍ସ ନଜରରେ ମୁଖ୍ୟ ଯୋଗାଣ ଅଧିକାରୀ

ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଛି।

ଏକାଧିକ ସ୍ଥାନରେ ଏକକାଳୀନ ଚଢ଼ାଉ

ଭୁବନେଶ୍ୱର, ୨୧/୧୨/୨୩: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ଉପରେ ଭିଜିଲାନ୍ସ ଆଜି ଏକକାଳୀନ ଚଢ଼ାଉ ଆରମ୍ଭ କରିଛି।

ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସର ୮ ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ଏକକାଳୀନ ଚଢ଼ାଉ କରୁଛନ୍ତି।

ଚଢାଉ ଜାରି ରହିଥିବା ସ୍ଥାନଗୁଡିକ ହେଲା:

ଭୁବନେଶ୍ବର ସ୍ଥିତ ପାଣ୍ଡରାରେ ପ୍ଲଟ୍ ନମ୍ବର ୧୪୮୫ରେ ଏକ ମହଲା କୋଠା।

ଭୁବନେଶ୍ବର ସ୍ଥିତ ପାଣ୍ଡରାରେ ପ୍ଲଟ୍ ନମ୍ବର ୧୪୮୪ରେ ଏକ ତ୍ରିମହଲା କୋଠା।

ନୀଳାଚଳ ହାଇଟସର ବ୍ରହ୍ମପୁର-୨ ଭବାନୀପୁର ଗ୍ରାମରେ ଏକ ଆପାର୍ଟମେଣ୍ଟ।

ଭୁବନେଶ୍ୱର ଚନ୍ଦ୍ରଶେଖରପୁରଠାରେ ଏକ ଦୁଇ ମହଲା କୋଠା (VIM-192)।

ଭୁବନେଶ୍ୱର ଲକ୍ଷ୍ମୀ ସାଗର ବଡ଼ଗଡ଼ସ୍ଥିତ ନୀଳାଚଳ ସିଟି କେନାଲ ରୋଡରେ ଏକ ଆପାର୍ଟମେଣ୍ଟ ।

ଓ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ଗନ୍ତାୟତଙ୍କ କାର୍ଯ୍ୟାଳୟ କକ୍ଷ

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର କୋପରେଟିଭ୍ କଲୋନୀରେ ଗନ୍ତାୟତଙ୍କ ପୈତୃକ ଘର।

ଭୁବନେଶ୍ୱରର ୟୁନିଟ ୩ର ମ୍ୟୁନିସିପାଲିଟି କଲୋନୀରେ ଥିବା ଗନ୍ତାୟତଙ୍କ କ୍ୱାଟର୍ସ।