ଅଲଗା ହେବେ ବର୍ଷା-ଅନୁଭବ

ସାଂସଦ ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ।

ବିବାହ ବିଚ୍ଛେଦ ପାଇଁ ଅନୁମତି

କଟକ, ୨୧/୧୨/୨୩: ଦୀର୍ଘ ଦିନ ଧରି ଲାଗି ରହିଥିବା ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲାରେ ଆଜି ହାଇକୋର୍ଟଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିଛି। ଉଭୟଙ୍କ ବିବାହ ବିଚ୍ଛେଦ ପାଇଁ ଓଡ଼ିଶା ହାଇକୋର୍ଟ ଅନୁମତି ଦେଇଛନ୍ତି। କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଗତ ସେପ୍ଟେମ୍ବର ୨୨ ତାରିଖରେ ଫ୍ୟାମିଲି କୋର୍ଟ ବିଚ୍ଛେଦ ମାମଲାକୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ ବର୍ଷାଙ୍କ ପକ୍ଷରୁ ହୋଇଥିବା ଏକାଠି ରହିବା ପାଇଁ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରି ଦେଇଥିଲେ। କିନ୍ତୁ ଗତ ଅକ୍ଟୋବର ୧୭ ତାରିଖରେ ଅନୁଭବ ହାଇକୋର୍ଟରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ।