ଶ୍ରୀକ୍ଷେତ୍ରର ବିକାଶକୁ ସହିପାରୁ ନାହାନ୍ତି ବିଜେପି ନେତା: ବିଜେଡି

ଆରମ୍ଭରୁ ପରିକ୍ରମା ପ୍ରକଳ୍ପକୁ ବିରୋଧ କରୁଛନ୍ତି ଏବଂ ଭିଡିଓକୁ ନେଇ ମିଛ ତଥ୍ୟ ଦେଇ ନାଟକ କରୁଛନ୍ତି ରାଜ୍ୟ ବିଜେପି ନେତା ବୋଲି ବିଜେଡି କହିଛି।

ରାଜ୍ୟର ସଫଳତାରେ ଇର୍ଷାନ୍ୱିତ ହେଉଛି ବିଜେପି

ଭୁବନେଶ୍ୱର, ୨୧/୧୨/୨୦୨୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ କରୁଥିବା ଉନ୍ନତିମୂଳକ କାର୍ଯ୍ୟ ଦେଖି ରାଜ୍ୟ ବିଜେପି ଓ ଏହାର ନେତା ଅତ୍ୟନ୍ତ ଇର୍ଷାନ୍ୱିତ । ରାଜ୍ୟ ବିଜେପି ନେତାଙ୍କ ମନରେ ପ୍ରକଳ୍ପକୁ ନେଇ ଅସହିଷ୍ଣୁତା ଭରି ରହିଛି । ସେଥିପାଇଁ ସବୁ ରାଜନୈତିକ ଦଳର ନେତାଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଫେରୁଥିବା ବେଳେ ରାଜ୍ୟ ବିଜେପିର କର୍ମୀ ଅଣ୍ଡା ମାରିଥିଲେ । ପବିତ୍ର କାର୍ଯ୍ୟ ସାରି ପୁଣ୍ୟର ସହର ପୁରୀରୁ ଫେରିବା ବେଳେ ଏଭଳି ହୀନ କାର୍ଯ୍ୟ ପାଇଁ, ଜଣେ ଓଡିଆ କେନ୍ଦ୍ରମନ୍ତ୍ରୀ ସେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ମାଗିଥିବା କହିଛନ୍ତି ବିଜେଡି ମୁଖପାତ୍ର ଇପସିତା ସାହୁ ଏବଂ ସ୍ୱୟଂପ୍ରକାଶ ମହାପାତ୍ର ।

ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ମୁଖପାତ୍ର କହିଛନ୍ତି ଯେ, ଓଡିଶା ବିଜେପି ନେତାଙ୍କୁ ଲଜ୍ଜା ଲାଗିବା କଥା, କୈାଣସି ଭଲ କାମକୁ ଏମାନେ ସହି ପାରନ୍ତି ନାହିଁ । ପରିକ୍ରମା ପକ୍ରଳ୍ପକୁ ରାଜ୍ୟ, ଜାତୀୟ ସ୍ତରରେ ସଭିଏଁ ପ୍ରଶଂସା କରୁଛନ୍ତି । ଯାହା ରାଜ୍ୟ ବିଜେପି ନେତାଙ୍କ ବଦହଜମୀ କରୁଛି । ଓଡିଶାର ପ୍ରଶଂସା ଶୁଣିଲେ ରାତିର ନିଦ ଉଡିଯାଉଛି । ଡାହା ମିଛ କହି କୁତ୍ସାରଟନା କରନ୍ତି, ଆଜିର ସାମ୍ବାଦିକ ସମ୍ମିଳନୀ ଏହାର ସ୍ପଷ୍ଟ ଉଦାହରଣ ।

ଯେଉଁ ଭିଡିଓର ଉଦାହରଣ ଦେଇ ରାଜ୍ୟ ବିଜେପି ସାମ୍ବାଦିକ ସମ୍ମିଳନୀ କରିଥିଲା, ଏଥିରେ ଆଦୌ ସତ୍ୟତା ନାହିଁ । ମନ୍ଦିର ଭିତରକୁ କୈାଣସି କ୍ୟାମେରା ଯାଇନାହିଁ, ଯଦି ପ୍ରମାଣ ଅଛି ସାମ୍ନାକୁ ଆଣନ୍ତୁ । ମହାପ୍ରସାଦ ମନ୍ଦିର ଭିତରେ ନୁହେଁ, ମନ୍ଦିର ବାହାରେ ରାଧାବଲ୍ଲଭ ମଠରେ ସେବନ କରାଯାଇଛି । ବି ଶ୍ୱର କୋଣ ଅନୁକୋଣରେ ସଭିଙ୍କଭପାଖରେ ମହାପ୍ରସାଦର ମାହାତ୍ମ୍ୟ ଓ ପୈାରାଣିକ ତଥ୍ୟ ପହଁଚାଇବାକୁ ଉଦ୍ୟମ କରାଯାଇଥିଲା । ଯାହା ନିର୍ବୋଧ ରାଜ୍ୟ ବିଜେପି ନେତାଙ୍କୁ ବୁଝାପଡିଲାନି ।

ଓଡିଶା ବିଜେପି ନେତା ବହୁ ଚେଷ୍ଟା କରିଥିଲେ, ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅଟକାଇବେ । ସେମାନଙ୍କ ଶତ ଚେଷ୍ଟା ବିଫଳ ହୋଇଥିଲା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଇଛା ବିନା ପତ୍ରଟେ ହଲେନି ଏକଥା ସାଢେ ୪ କୋଟି ଓଡିଶାବାସୀ ବେଶ ଭଲ ଭାବେ ଜାଣନ୍ତି । ଯେତେ ଚକ୍ରାନ୍ତ, ଷଡଯନ୍ତ୍ର କରି ରାଜ୍ୟ ବିଜେପି ନେତା ପ୍ରକଳ୍ପ କାର୍ଯ୍ୟ ଅଟକାଇବାକୁ ଉଦ୍ୟମ କଲେ, ସବୁ କିଛି ଫେଲ୍ ମାରିଥିଲା । ଏବଂ ମହାପ୍ରଭୁଙ୍କ ଇଛା ଅନୁସାରେ ହିଁ ଶେଷରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢିଥିଲା । ପ୍ରକଳ୍ପ ପାଇଁ ଜମି ଦେଇଥିବା ସ୍ଥାନୀୟ ଜନତାଙ୍କ ତ୍ୟାଗ, ଦୁଇ ବର୍ଷ ଧରି ଦିନ ରାତି ନିରନ୍ତର ପରିଶ୍ରମ ପରେ ପରିକ୍ରମା ପ୍ରକଳ୍ପ ଆସନ୍ତା ଜାନୁଆରୀ ୧୭ରେ ଲୋକାର୍ପିତ ହେବାକୁ ଯାଉଛି । ହେଲେ ନିଜର ମିଛ ଖବରର ପୁରୁଣା କୈାଶଳ ଆପଣାଇ, ଇର୍ଷାନ୍ୱିତ ରାଜ୍ୟ ବିଜେପି ଓ ସେହି ନିର୍ଦ୍ଦିଷ୍ଟ ନେତା ଅପପ୍ରଚାର କରିବା ଆରମ୍ଭ କରିଦେଇଛନ୍ତି ।

ସତ କଥା ହେଲା ଶ୍ରୀମନ୍ଦିର ପ୍ରକଳ୍ପ ହେଉ ଅବା ରାଜ୍ୟ ପାଇଁ ସଫଳତା ଆଣୁଥିବା କୈାଣସି ବି ପ୍ରସଙ୍ଗ, ଗୈାରବାନ୍ୱିତ ହେବା ବଦଳରେ ରାଜ୍ୟ ବିଜେପି ନେତା ଇର୍ଷାନ୍ୱିତ ହୋଇଉଠନ୍ତି । ନିଜ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଓଡିଶାକୁ ସବୁବେଳେ ବଦନାମ କରିବା ପାଇଁ ଚେଷ୍ଟା କରୁଥିବା ଓଡିଶା ବିଜେପି ଓ ସେହି ବ୍ୟକ୍ତିଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।