ଜନତା ସବୁ ହିସାବ କରୁଛନ୍ତି, ଖୁବଶୀଘ୍ର ଜବାବ ଦେବେ: ବିଜେଡ଼ି

ଧାମନଗର କଥା ପଚାରିବାରୁ ଧାମରା ପୋର୍ଟ କଥା କହୁଛନ୍ତି

ଧାମନଗର ବିଧାୟକଙ୍କୁ ବିଜେଡି ନେତାଙ୍କ ଟାର୍ଗେଟ

ଭୁବନେଶ୍ୱର, ୨୮/୧୨/୨୦୨୩: ଧାମନଗରବାସୀଙ୍କୁ ପ୍ରତିଶ୍ରୁତି ଦେଇ ସେମାନଙ୍କର ଆଶୀର୍ବାଦ ପାଇବା ପରେ ଭୁଲିଗଲେ ବିଜେପି ନେତା । ନିର୍ବାଚିତ ହେବା ପରେ କ’ଣ କାମ କରିଛନ୍ତି, ସେସବୁର ହିସାବ ଜନତା ରଖିଛନ୍ତି ଆଉ ଖୁବଶୀଘ୍ର ଏହାର ଜବାବ ଦେବେ । ଧାମନଗର ବିଧାୟକଙ୍କୁ କିଛି ଏଭଳି ଢଙ୍ଗରେ କଡା ସମାଲୋଚନା କରିଛନ୍ତି ବିଜେଡି ନେତା ଡାକ୍ତର ସଞ୍ଜୟ ଦାସ । ଡାକ୍ତର ଦାସ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତେ ଜାଣିଛନ୍ତି ଧାମନଗର ବିଧାୟକ ସୁରଜ ସୁର୍ଯ୍ୟବଂଶୀ ଜୁସ୍ ପିଇ ଭଲ ନାଚିପାରନ୍ତି । ବୋଧେ ସେ ବେଶୀ ଜୁସ୍ ପିଇ ଦେଇଥିଲେ, ସେଥିପାଇଁ ଧାମନଗର କଥା ପଚାରିବାରୁ ଧାମରା ପୋର୍ଟ କଥା କହୁଛନ୍ତି । ଯାହା ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ଆସୁଛି । ଜନତା ଏଭଳି କାର୍ଯ୍ୟକଳାପ ଦେଖି ହସିବା ଆରମ୍ଭ କଲେଣି ବୋଲି ସୁରଜ ସୁର୍ଯ୍ୟବଂଶୀଙ୍କୁ ଶାଣିତ ସ୍ୱରରେ କଟାକ୍ଷ କରି ସମାଲୋଚନା କରିଛନ୍ତି ଡାକ୍ତର ଦାସ ।