ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର ପ୍ରଦାନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟାଯାଉଛି।

ସେବାୟତଙ୍କୁ ଧୁମଧାମର ସହ ସ୍ୱାଗତ

ପୁରୀ ୨୮/୧୨/୨୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ପତ୍ର ବିଭିନ୍ନ ମନ୍ଦିର ମାନଙ୍କୁ ପ୍ରେରଣ କରାଯାଉଛି। ଆଜି ତ୍ରିଚିନ୍ନାପଲ୍ଲୀର ଶ୍ରୀ ରଙ୍ଗନାଥ ସ୍ବାମୀ ମନ୍ଦିର, ବିଶାଖାପାଟଣା ସୀମାଞ୍ଚଳମ ମନ୍ଦିର,ଜଗନ୍ନାଥ ମନ୍ଦିର,ଦିଲ୍ଲୀର ଜଗନ୍ନାଥ ମନ୍ଦିର, ବିହାର ଗୟାଧାମ ବିଷ୍ଣୁପଦ ମନ୍ଦିର, ନାସିକ ର ତ୍ରୟମ୍ବକେଶ୍ୱର ମନ୍ଦିର, ଗୁଜରାଟର ନାଗେଶ୍ଵର ଜ୍ୟେର୍ତିଲିଙ୍ଗ ମନ୍ଦିର , କେରଳର ଗୁରୁବାୟୁର ମନ୍ଦିର, ଦକ୍ଷିଣେଶ୍ବର କାଳୀ ମନ୍ଦିର କୋଲକାତା, ଶ୍ରୀ ଶନୈଶ୍ବର ଦେବସ୍ଥାନ ମହାରାଷ୍ଟ୍ର, ବାବା ବୈଦ୍ୟନାଥ ଧାମ ଝାଡଖଣ୍ଡ ରେ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା।

ସେହିପରି ଓଡିଶା ମଧ୍ୟରେ କୋରାପୁଟ ଓ ନାରାୟଣ ପାଟଣା ର ଜଗନ୍ନାଥ ମନ୍ଦିର, ଝାରସୁଗୁଡା ର ଝାଡେଶ୍ୱରୀ ମନ୍ଦିର ଓ କୁକ୍କୁରଜଙ୍ଗାର ଜଗନ୍ନାଥ ମନ୍ଦିର, ସୁବର୍ଣ୍ଣପୁର ର ପାତାଳୀ ଶ୍ରୀକ୍ଷେତ୍ର , ଦେବଗଡ଼ ର ଗୋପାଳ ଜୀଉ ମନ୍ଦିର ଓ ମା ଝାଡେଶ୍ୱରୀ ମନ୍ଦିର, ନୂଆପଡା ର ଯୋଗେଶ୍ୱର ମନ୍ଦିର ରେ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି। ପ୍ରତ୍ୟେକ ସ୍ଥାନରେ ନିମନ୍ତ୍ରଣ ପତ୍ର ନେଇ ଯାଇଥିବା ସେବାୟତ ଓ ଅଧିକାରୀ ମାନଙ୍କୁ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ସହ ସ୍ୱାଗତ କରାଯାଇଛି।