ସମ୍ବଲପୁରରେ ୧୨୦ କୋଟିର କ୍ରୀଡ଼ା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ

ବୁର୍ଲା ଇନ୍ ଡୋର ଷ୍ଟାଡିୟମ ଉଦ୍ ଘାଟିତ ହୋଇଯାଇଛି। ହକି ଷ୍ଟାଡିୟମ ସମେତ ସମ୍ବଲପୁର ଫୁଟବଲ ଏକାଡେମୀ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ରୀଡ଼ା କମ୍ପ୍ଲେକ୍ସର ଶିଳାନ୍ୟାସ।

କ୍ରୀଡ଼ା ସଂସ୍କୃତି ଓ ଫୁଟବଲର ଲୋକପ୍ରିୟତାକୁ ପ୍ରଶଂସା

ଭୁବନେଶ୍ୱର,୦୬/୦୧/୨୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ୧୨୦ କୋଟିର କ୍ରୀଡ଼ା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହା ଦ୍ୱାରା ସମ୍ବଲପୁରରେ କ୍ରୀଡ଼ା ବିକାଶକୁ ପ୍ରୋତ୍ସାହିତ କରିବ।

ବୁର୍ଲା ଇଣ୍ଡୋର ଷ୍ଟାଡିୟମକୁ ଉଦଘାଟନ କରିବା ସହ ହକି ଷ୍ଟାଡିୟମ ସମେତ ସମ୍ବଲପୁର ଫୁଟବଲ ଏକାଡେମୀ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ରୀଡ଼ା କମ୍ପ୍ଲେକ୍ସର ଶିଳାନ୍ୟାସ କରିଥିଲେ ।

ସମ୍ବଲପୁରବାସୀ ବିଶେଷ କରି ଯୁବପିଢ଼ିଙ୍କୁ ଉପକୃତ କରିବା ଉଦ୍ଦେଶ୍ୟରେ ୫-ଟି କାର୍ଯ୍ୟକ୍ରମ ଅଧୀନରେ ମୁଖ୍ୟମନ୍ତ୍ରୀଙ୍କ ‘ସ୍ପୋର୍ଟସ ଫର ୟୁଥ, ୟୁଥ ଫର ଫ୍ୟୁଚର’ ଏହି ସବୁ ପ୍ରକଳ୍ପ ହାତକୁ ନିଆଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମ୍ବଲପୁରର କ୍ରୀଡ଼ା ସଂସ୍କୃତିକୁ ପ୍ରଶଂସା କରିବା ସହ ଏହି ସୁବିଧା ଜିଲ୍ଲାରେ କ୍ରୀଡ଼ା ବିକାଶକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ସମ୍ବଲପୁରରେ ଫୁଟ୍ ବଲ୍ ବେଶ୍ ଲୋକପ୍ରିୟ ହୋଇଥିବାରୁ ସ୍ଥାନୀୟ ଫୁଟ୍ ବଲ୍ ପ୍ରତିଭାମାନଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ଓ ପ୍ରତିଯୋଗିତା ସୁବିଧା ଯୋଗାଇ ଦେବା ପାଇଁ ସମ୍ବଲପୁର ଫୁଟ୍ ବଲ୍ ଏକାଡେମୀ ପ୍ରତିଷ୍ଠା କରାଯାଉଛି।

ବୁର୍ଲା ଇଣ୍ଡୋର ଷ୍ଟାଡିୟମରେ ୪ଟି ବ୍ୟାଡମିଣ୍ଟନ କୋର୍ଟ ଓ ୪୦୦ରୁ ଅଧିକ ଦର୍ଶକ ବସିବାର ବ୍ୟବସ୍ଥା ରହିଛି। ସେଣ୍ଟ୍ରାଲାଇଜ୍ଡ ଏସି ସୁବିଧାରେ ଖେଳାଳିଙ୍କ ଚେଞ୍ଜିଂ ରୁମ୍, ପ୍ରାଥମିକ ଚିକିତ୍ସା କକ୍ଷ, ଜିମ୍ ଏବଂ ବହୁମୁଖୀ ହଲ୍ ମଧ୍ୟ ରହିଛି ଯେଉଁଥିରେ କ୍ୟାରମ୍, ଚେସ୍, ଫେନ୍ସିଂ ଇତ୍ୟାଦି ଅନ୍ୟାନ୍ୟ ଇନଡୋର୍ ଗେମ୍ ରହିଛି। ଖେଳାଳିଙ୍କୁ ଅନ୍ତର୍ଜାତୀୟ ଅଭିଜ୍ଞତା ପ୍ରଦାନ କରିବା ପାଇଁ ବିଡବ୍ଲ୍ୟୁଏଫ୍ ସୁପାରିସ କରିଥିବା ସ୍ପୋର୍ଟସ୍ ଲାଇଟିଂ ସିଷ୍ଟମ୍ ସହିତ ଏହି ଖେଳ ପଡ଼ିଆରେ କାଠ ସିନ୍ଥେଟିକ୍ ଫ୍ଲୋରିଂ ରହିଛି। ଏମସିଏଲ୍ ର ୧୦.୩୫ କୋଟି ଟଙ୍କା ଏବଂ ଭାରତ ସରକାରଙ୍କ ୭.୫ କୋଟି ଟଙ୍କା ପାଣ୍ଠିକୁ ମିଶାଇ ୩୨ ଟଙ୍କା ବ୍ୟୟରେ ଏହି ଷ୍ଟାଡିୟମ ନିର୍ମାଣ କରାଯାଇଛି।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଆଗାମୀ ସ୍ପୋର୍ଟସ କମ୍ପ୍ଲେକ୍ସରେ ଏକ ହକି ଷ୍ଟାଡିୟମ ରହିବ ଯେଉଁଥିରେ ପ୍ରଥମ ଶ୍ରେଣୀ ଏଫଆଇଏଚ୍ ପ୍ରମାଣିତ ସିନ୍ଥେଟିକ୍ ହକି ଟର୍ଫ, ଏଫଆଇଏଚ୍ ସୁପାରିଶ କରାଯାଇଥିବା କ୍ରୀଡ଼ା ଆଲୋକ ବ୍ୟବସ୍ଥା ଏବଂ ଭିନ୍ନକ୍ଷମଙ୍କ ବସିବା ସମେତ ପ୍ରାୟ ୩୦୦୦ ଦର୍ଶକ ବସିପାରିବେ। ଏହାବ୍ୟତୀତ ହକି ଷ୍ଟାଡିୟମରେ ଖେଳାଳିଙ୍କ ସୁବିଧା, ଜିମ୍ନାସିୟମ ଓ ଅତିଥି ବସିବା ବ୍ୟବସ୍ଥା ରହିବ। ଏଥିରେ ୧୦୦୦ ସିଟ୍ ବିଶିଷ୍ଟ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ସହିତ ବିଡବ୍ଲ୍ୟୁଏଫ୍ ମାନକ ବ୍ୟାଡମିଣ୍ଟନ କୋର୍ଟର ପରିସର ରହିବ, ଯେଉଁଥିରେ ଭଲିବଲ୍, ବାସ୍କେଟବଲ୍, ଖୋ ଖୋ ଏବଂ ଟେବୁଲ୍ ଟେନିସ୍ ଏବଂ ଲଢ଼ୁଆ କ୍ରୀଡ଼ା ଭଳି ବିଭିନ୍ନ ଇନ୍ଡୋର କ୍ରୀଡ଼ା ରହିବ। ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଏକ ଫିଟନେସ୍ ସେଣ୍ଟର, ଏକ ଉତ୍ସର୍ଗୀକୃତ ଭାରୋତ୍ତୋଳନ ହଲ୍, କାର୍ଯ୍ୟାଳୟ, କୋଚ୍ ରୁମ୍ ଏବଂ ଏକ ମେଡିକାଲ ରୁମ୍ ରହିବ। ଏଥିରେ ଆଞ୍ଚଳିକ ସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯିବ। ଓଡ଼ିଶା ସରକାର ୧୦୦କୋଟି ଟଙ୍କା ବିନିଯୋଗ କରୁଛନ୍ତି। ଏହି ପ୍ରକଳ୍ପରେ ୭୦ କୋଟି ଟଙ୍କା ରହିଛି।

ସମ୍ବଲପୁର ଫୁଟବଲ ଏକାଡେମୀରେ ଫିଫା ଆକାରର ପ୍ରାକୃତିକ ଟର୍ଫ ସହ ଫ୍ଲଡ୍ ଲାଇଟ୍ ବ୍ୟବସ୍ଥା ସହ ୧୦ ଦର୍ଶକ ବସିବା ପାଇଁ ଗ୍ୟାଲେରି ବିଶିଷ୍ଟ ଏକ ସୁବିଧା ଭବନ ରହିବ। ଫୁଟବଲ୍ ଏକାଡେମୀରେ ଖେଳାଳିଙ୍କ ଚେଞ୍ଜିଂ ରୁମ୍, ପ୍ରାଥମିକ ଚିକିତ୍ସା କକ୍ଷ, ବହୁମୁଖୀ ହଲ୍ ଓ ଦର୍ଶକ ଶୌଚାଳୟ ରହିବ। ଏହାବ୍ୟତୀତ କ୍ୟାମ୍ପସରେ କବାଡି କୋର୍ଟ ରହିବ। ଓଡ଼ିଶା ସରକାର ୧୦୦କୋଟି ଟଙ୍କା ବିନିଯୋଗ କରୁଛନ୍ତି। ଏହି ପ୍ରକଳ୍ପରେ ୧୭ କୋଟି ଟଙ୍କା ରହିଛି। ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା,
ରାଇରାଖୋଲ ବିଧାୟକ ଶ୍ରୀ ରୋହିତ ପୂଜାରୀ, ଉନ୍ନୟନ କମିସନର ଅନୁ ଗର୍ଗ, କ୍ରୀଡ଼ା ଓ ଯୁବସେବା ସଚିବ ଆର୍ ବିନୀଲ କ୍ରିଷ୍ଣା, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସମେତ ଏମସିଏଲ୍, ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀ ଓ ଖେଳାଳିମାନେ ଉପସ୍ଥିତ ଥିଲେ।