ପ୍ରକାଶିତ ହେଲା ଏସଏସସି ଜେଇ ପରୀକ୍ଷା ଫଳ

ଏସଏସସି କନିଷ୍ଠ ଯନ୍ତ୍ରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି।

ଚୟନ ହେଲେ ୧୩୭୪ ପ୍ରାର୍ଥୀ

ଭୁବନେଶ୍ବର, ୦୬/୦୧/୨୪: ଷ୍ଟାଫ୍ ସିଲେକ୍ସନ କମିଶନ ଅଧିନରେ ହୋଇଥିବା କନିଷ୍ଠ ଯନ୍ତ୍ରୀ (ସିଭିଲ, ମେକାନିକାଲ ଏବଂ ଇଲେକ୍ଟ୍ରିକାଲ) ଲିଖିତ ପରୀକ୍ଷାର ଚୂଡ଼ାନ୍ତ ଫଳ ପ୍ରକାଶ କରାଯାଇଛି। ଯେଉଁଥିରେ ୧୩୭୪ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି।

୨୦୨୩ ଡିସେମ୍ବର ୧୪ ତାରିଖରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଜୁନିୟର ଇଞ୍ଜିନିୟରିଂ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସିଭିଲ, ମେକାନିକାଲ ଓ ଇଲେକ୍ଟ୍ରିକାଲ ଜେଇ ପଦବୀ ପାଇଁ ପ୍ରାର୍ଥୀମାନେ ଲିଖିତ ପରୀକ୍ଷା ଦେଇଥିଲେ। ssc.nic.in ଅଫିସିଆଲ ୱେବସାଇଟକୁ ଯାଇ ଫଳାଫଳ ଦେଖିପାରିବେ।