ରାଜରାସ୍ତାରେ ଷ୍ଟାର କଳି ମାମଲା, ପ୍ରକୃତିଙ୍କୁ ଘଣ୍ଟାଏ ଜେରା କଲା ପୋଲିସ

ଭୁବନେଶ୍ୱର: ବାବୁସାନ, ପତ୍ନୀ ତୃପ୍ତି ଓ ପ୍ରକୃତି ମିଶ୍ର ବିବାଦ ମାମଲାରେ ପୋଲିସର ଖୋଳତାଡ଼ । ତଦନ୍ତ କରୁଛି ଖାରବେଳ ନଗର ଥାନା ପୋଲିସ । ମନ୍ମଥ ମିଶ୍ରଙ୍କ ଘରେ ଖାରବେଳନଗର ଥାନା ପୋଲିସ । ତଦନ୍ତ ପାଇଁ ପୋଲିସ ଯାଇଥିବା ସୂଚନା ମିଳିଛି । ଏକ ଘଣ୍ଟା ଧରି ପ୍ରକୃତିଙ୍କୁ ପୋଲିସ ଜେରା କରିଥିବା ଜଣାପଡିଛି ।

ସେପଟେ ପୂର୍ବରୁ ମାମଲାରେ ପ୍ରକୃତି ମିଶ୍ରଙ୍କୁ ହାଜର ପାଇଁ ନୋଟିସ୍ କରିଥିଲା ପୋଲିସ । ହେଲେ ଏବେ ଯାଏ ସେ ହାଜର ହୋଇନାହାନ୍ତି । ଅନ୍ୟପକ୍ଷରେ ପ୍ରକୃତିଙ୍କ ବାପା ମାଆଙ୍କ ସହ ଚେନ୍ନାଇରେ ନିଜ ଭାଇଙ୍କ ଘରେ ରହି ନିଜ ପକ୍ଷକୁ ଅଧିକ ମଜଭୁତ କରିବା ଲାଗି ଗୋଟି ଚାଳନା କରୁଛନ୍ତି ।

ଗତକାଲି ରାତିରେ ଦମନର ଟିମ ଚେନ୍ନାଇରୁ ଫେରିଛି । କିନ୍ତୁ ସେମାନଙ୍କ ସହ ବାବୁସାନ ନଫେରିବା ଘଟଣାକୁ ଆହୁରି ରହସ୍ୟମୟ କରିଛି । ସମସ୍ତ ପକ୍ଷ ଏବେ ମୁହଁ ବନ୍ଦ ରଖିଥିବା ବେଳେ କୁହାଯାଉଛି ଯେ, ମୁହଁ ବନ୍ଦ ରଖିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ତାଗିଦ କରାଯାଇଛି ।