୨୮ ଓ ୨ରେ ଭିଜିପାରେ ଓଡ଼ିଶା, ଆଜି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ପାଗରେ ପରିବର୍ତ୍ତନ । ପ୍ରବଳ ବର୍ଷାର ସମ୍ଭାବନା ନାହିଁ । ୨୮ ଓ ୨ରେ ଭିଜିପାରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା । ଏଥିସହ ଘଡ଼ଘଡି ସହ ବର୍ଷା ମଧ୍ୟ ହୋଇପାରେ ।

ଏନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେ଼ଙ୍କାନାଳ, କେଉଁଝର, ମୟୁରଭଂଜ, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡା ଜିଲ୍ଲା ।

ସେପଟେ ଆରବ ସାଗରରୁ ଆସୁଥିବା ମୌସୁମୀ ବାୟୁ ଦକ୍ଷିଣ ମୁହାଁ ହୋଇଥିବା ବେଳେ ବଙ୍ଗୋପସାଗରରୁ ଫ୍ଲୋ ମଧ୍ୟ କମିଛି । ଫଳରେ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ନଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି ।