ଆସନ୍ତାକାଲିଠୁ ବିଜେଡିର ‘ପରିବାର ସମ୍ପର୍କ ଯାତ୍ରା’

ଆସନ୍ତାକାଲିଠାରୁ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ବିଜେଡି 'ପରିବାର ସମ୍ପର୍କ ଯାତ୍ରା' କରିବ।

ସରକାରଙ୍କ ସଫଳତାର କାହାଣୀ ବଖାଣିବେ କର୍ମୀ

ଭୁବନେଶ୍ୱର, ୨୨/୦୧/୨୦୨୪: ଓଡ଼ିଶାର ଶାସକ ବିଜୁ ଜନତା ଦଳ ମଙ୍ଗଳବାର ‘ପରିବାର ସମ୍ପର୍କ ଯାତ୍ରା’ ଆରମ୍ଭ କରିବାକୁ ଯାଉଛି। ଆସନ୍ତା ଫେବୃଆରୀ ୫ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି ଅଭିଯାନ ଜାରି ରହିବ। ଏହି କାର୍ଯ୍ୟକ୍ରମରେ ବିଜେଡି ନେତା ଓ କର୍ମୀମାନେ ପ୍ରତ୍ୟେକ ପରିବାରକୁ ଭେଟି ଲୋକଙ୍କ ସହ ଆଲୋଚନା କରିବେ।

ଏହି ଅଭିଯାନରେ ଶାସକ ଦଳ ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚି ବିଭିନ୍ନ ଜନକଲ୍ୟାଣମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ସହ ନବୀନ ପଟ୍ଟନାୟକ ସରକାରଙ୍କ ସଫଳତା ସମ୍ପର୍କରେ ଆଲୋକପାତ କରିବ। ଆଗାମୀ ନିର୍ବାଚନ ପୂର୍ବରୁ ସାରା ରାଜ୍ୟରେ ଭୋଟରଙ୍କ ପାଖରେ ପହଞ୍ଚିବା ଲକ୍ଷ୍ୟ ରଖାଯାଇଛି।