ଚର୍ଚ୍ଚାରେ ହେଲା ଅନ୍ତ, ଭୁବନେଶ୍ୱର ଫେରିଲେ ବାବୁସାନ

ଭୁବନେଶ୍ୱର : ଚର୍ଚ୍ଚାରେ ହେଲା ଅନ୍ତ । ମଙ୍ଗଳବାର ରାତିଠୁ ଲାଗିରହିଥିବା କଳ୍ପନାଜଳ୍ପନାରେ ଶେଷ ହୋଇଛି । ଶେଷରେ ଓଡିଶାରେ ପହଞ୍ଚିଛନ୍ତି ବାବୁସାନ ମହାନ୍ତି । ଚେନ୍ନାଇରୁ ଇଣ୍ଡିଗୋ ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ବାବୁସାନ୍ । ଭୁବନେଶ୍ୱରରେ ଫେରିବା ପରେ ବାପା, ମାଆଙ୍କ ପାଖକୁ ଯିବି ବୋଲି କହିଛନ୍ତି । ବାବୁସାନ୍‌ଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍‌ ଦେଇଛି ପୋଲିସ ।

ଖବର ଅନୁଯାୟୀ, ମଙ୍ଗଳବାର ଚେନ୍ନାଇ ଏୟାରପୋର୍ଟରେ ଦେଖା ଦେଇଥିଲେ ବାବୁସାନ । ଚେନ୍ନାଇ ଏୟାରପୋର୍ଟରେ ବାବୁସାନଙ୍କୁ ଦେଖିଥିଲେ ଯାତ୍ରୀ । ଚେନ୍ନାଇରୁ ଭୁବନେଶ୍ବର ଆସିଲା ଫ୍ଲାଇଟ୍, ହେଲେ ବାବୁସାନଙ୍କର ଦେଖାମିଳିଲାନି । ଫଳରେ ପୁଣି ବାବୁସାନଙ୍କୁ ନେଇ ବଢ଼ିଥିଲା ସସପେନ୍ସ ।