ପ୍ରକାଶ ପାଇଲା +୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର: ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ଘୋଷଣା ହୋଇଛି । ବୁଧବାର ୪ଟା ସମୟରେ ଏହି ଫଳ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହା ପ୍ରକାଶ କରାଯାଇଛି । କଳାର ଫଳାଫଳ ଅଗଷ୍ଟ ୮ରେ ପ୍ରକାଶ ପାଇବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ  ସୂଚନା ଦେଇଛନ୍ତି ।

ଛାତ୍ରଛାତ୍ରୀମାନେ  www.orissaresults.nic.in ରେ ରେଜଲ୍ଟ ଦେଖି ପାରିବେ । ଅପରାହ୍ନ ୫ଟା ସମୟରେ ଛାତ୍ରଛାତ୍ରୀମାନେ ନିଜର ରୋଲ୍‌ ନମ୍ୱର ଦେଇ ପରୀକ୍ଷା ଫଳ ଜାଣିପାରିବେ । ବିଜ୍ଞାନରେ ୯୪.୧୨ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ବାଣିଜ୍ୟରେ ୮୯ ପ୍ରତିଶତ ରେଜଲ୍ଟ ହୋଇଛି ।

ବିଜ୍ଞାନରେ ମୋଟ ୭୬,୬୦୪ ଜଣ ପିଲା ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୭୨,୧୦୬ ଜଣ ପାସ୍‌ କରିଛନ୍ତି । ପୁଅଙ୍କ ମଧ୍ୟରୁ ୪୫,୫୮୭ ଜଣ ପାସ୍‌ କରିଥିବା ବେଳେ ପାସ୍‌ ହାର ୯୩.୮୦ ପ୍ରତିଶତ ରହିଛି । ସେହିପରି ବାଳିକାଙ୍କ ମଧ୍ୟରୁ ୩୨,୫୧୯ ପାସ୍‌ ହୋଇଥିବା ବେଳେ ପାସ୍‌ ହାର ୯୪.୫୨ ପ୍ରତିଶତ ରହିଛି ।