ଦଶପଲ୍ଲାର ଛଅଟି ସ୍କୁଲ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ

ଦଶପଲ୍ଲାର ତିନୋଟି ଏଲିମେଣ୍ଟାରୀ ସ୍କୁଲ ଓ ତିନୋଟି ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ କରାଯାଇଛି।

୧୦୧ ଛାତ୍ରଛାତ୍ରୀଙ୍କୁ ଏକାଡେମିକ୍ ଆୱାର୍ଡ

ଦଶପଲ୍ଲା-୨୧/୦୨/୨୦୨୪: ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ଦଶପଲ୍ଲାର ଛଅଟି ସ୍କୁଲ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେଥିମଧ୍ୟରେ ତିନୋଟି ହାଇସ୍କୁଲ ଥିବା ବେଳେ ତିନୋଟି ଏଲିମେଣ୍ଟାରୀ ସ୍କୁଲ ରହିଛି। ମନୋନୀତ ହାଇସ୍କୁଲ ତିନୋଟି ହେଉଛି ଦଶପଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ଯାଳୟ, ନଛିପୁର ଓ ପଞ୍ଚାୟତ ଉଚ୍ଚ ବିଦ୍ଯାଳୟ, ତୁମାଣ୍ଡି। ସେହିଭଳି ମନୋନୀତ ତିନୋଟି ଏଲିମେଣ୍ଟାରୀ ସ୍କୁଲ ହେଲା ଜାମୁସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ , ପୋଇବାଡି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ ବାଣୀଗୋଛା ପ୍ରାଥମିକ ବିଦ୍ୟାଳୟ। ଦଶପଲ୍ଲା ବ୍ଳକର ଏକମାତ୍ର ହାଇସ୍କୁଲ ପଞ୍ଚାୟତ ଉଚ୍ଚ ବିଦ୍ଯାଳୟ, ତୁମାଣ୍ଡିର ଆଲୁମିନି କମିଟି ମୁଖ୍ଯମନ୍ତ୍ରୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବିଭାଗୀୟ ସୁତ୍ରରୁ ଜଣାପଡିଛି। ଏଥିସହିତ ଦଶପଲ୍ଲା ବାଳିକା ଉଚ୍ଚ ବିଦ୍ଯାଳୟ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଜାନିସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଧୁଭୂଷଣ ପଣ୍ଡା, ଦଶପଲ୍ଲା ବାଳିକା ହାଇସ୍କୁଲ ଏସଏମସି କମିଟି, ଶିମିଳିସାହି ଗ୍ରାମପଞ୍ଚାୟତ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ବ୍ଲକର ୧୦୧ ଛାତ୍ରଛାତ୍ରୀଙ୍କୁ ଏକାଡେମିକ୍ ଓ ୫୨ ଛାତ୍ରଛାତ୍ରୀ ଲିଡରସିପ୍ ଆୱାର୍ଡ, ୬ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ସ୍ତରୀୟ ପୁରସ୍କାର ମଧ୍ଯ ପ୍ରଦାନ କରାଯିବ।