ରାଜଧାନୀ ଭୁବନେଶ୍ଵରରେ ଗଡିଲା ଇ-ବସ୍

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ଗଡିଲା ଇ-ବସ୍। ପ୍ରଦୂଷଣ ହ୍ରାସ କରିବା ଉଦ୍ଦେଶ୍ୟରେ ସହରାଞ୍ଚଳରେ ‘ଇ-ବସ’ ଏବଂ ‘ଇ-ରିକ୍ସା’ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୦ଟି  ବସ୍ ସହ ୫୦ ଇ ଅଟୋ ରିକ୍ସା ଶୁଭାରମ୍ଭ କରିଛନ୍ତି ମୁଖ୍ଯମନ୍ତ୍ରୀ।

ଲୋକଙ୍କ ଗମନାଗମନକୁ ଆହୁରି ସୁଗମ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ବରରେ ସେବା ଯୋଗାଇବ । ଇ-ବସ୍ ସେବାରେ ଏହାହେବ ନୂଆ ବ୍ୟବସ୍ଥା । ୨୦୨୨ ଜୁଲାଇ ୨୯, ୩୦ ଏବଂ ୩୧  ପର୍ଯ୍ୟନ୍ତ ଯାତ୍ରୀଙ୍କ ଲାଗି ମାଗଣା ଯାତ୍ରାର ସୁବିଧା ରହିଛି।