ଅଧିକ ଚା’ ପିଉଥିଲେ ହେଇଯାଆନ୍ତୁ ସାବଧାନ…

ଚା ପିଇବାକୁ ନେଇ ଭାରତରେ ଦୁଇ ପ୍ରକାର ଲୋକ ଦେଖିବାକୁ ମିଳନ୍ତି। ସକାଳେ ସନ୍ଧ୍ୟାରେ ଯେପରି କିଛି ଲୋକ ସଉକରେ ଜଳଖିଆ ସହିତ ଚା ପିଅନ୍ତି। ସେହିପରି ଅନ୍ୟ କିଛି ଲୋକ ଚା ପିଇବାକୁ ବହୁତ ଭଲ ପାଆନ୍ତି, ସେମାନେ ଦିନରେ ଅନେକ ଥର ଚା ପିଅନ୍ତି। କେତେବେଳେ ଖବର କାଗଜ ପଢ଼ିବା ସମୟରେ ତ ଆଉ କେତେବଳେ ଖାଇବା ପରେତ ଏପରିବି ମନ ଖରାପ ଥିଲେ ମଧ୍ୟ ସେମାନେ ଚା ପିଅନ୍ତି। କିନ୍ତୁ ଅଧିକ ଚା ପିଉଥିବା ଲୋକମାନଙ୍କୁ ବୁଝିବା ଦରକାର ଯେ ସୀମିତ ମାତ୍ରାରେ ଚା ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ।

୧. ଆପଣଙ୍କ ଚା ପିଇବାକୁ ଧିରେ ଧିରେ ଗୋଟିଏ କପ୍ କମ୍ କରନ୍ତୁ। ଏହା ସମ୍ପୂର୍ଣ୍ଣ ଆପଣଙ୍କ ଉପରେ ନିର୍ଭର କରିଥାଏ କି ଆପଣ ପ୍ରତିଦିନ କେତେ କପ୍‌ ଚା ପିଅନ୍ତି। ଉଦାହରଣ ସ୍ୱରୂପ ଯଦି ଆପଣ ପ୍ରତିଦିନ ୭ରୁ୮ କପ୍‌ ଚା ପିଉଛନ୍ତି ତାହେଲେ ପ୍ରତିଦିନ ଆପଣ ଗୋଟିଏ କପ୍‌ କମ୍‌ ଚା ପିଅନ୍ତୁ। ଗୋଟିଏ ଥରରେ ଗୋଟିଏ ଲେଖାଏଁ କପ୍‌ କମ୍‌ ଚା ପିଅନ୍ତୁ ଏପରି କିଛି ଦିନ ପର୍ଯ୍ୟନ୍ତ ପାଳନ କରନ୍ତୁ। ପରେ ଦେଖିବେ ଆପଣଙ୍କର ଏହି ଅଭ୍ୟାସ ଆସ୍ତେ ଆସ୍ତେ କମ୍‌ ହୋଇଯିବ।

୨. ଅଧିକ ଚା ପିଇବାର ଅଭ୍ୟାସରୁ ଦୂରେଇବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ଆପଣ ଚା କରିବା ସମୟରେ ଏଥିରେ ଅଳ୍ପ ଚା ପତି ପକାନ୍ତୁ। ଏହା ଆପଣଙ୍କ ଅଧିକ ଚା ପିଇବାର ଅଭ୍ୟାସକୁ କମାଇଦେବ।

୩. ଆପଣ ସାଧାରଣ ଚା ପିଇବା ଅପେକ୍ଷା ଗ୍ରୀନ୍‌ ଟି, କେମୋମାଇଲ ଟି ବା ହର୍ବାଲ ଚା ପିଅନ୍ତୁ। ଏହା ଆପଣଙ୍କ ଅଧିକ ଚା ପିଇବାର ଅଭ୍ୟାସକୁ କମେଇବ ଓ ଏହା ସହିତ ଚା ନିଶାକୁ ଧିରେ ଧିରେ କମାଇବାରେ ସାହାଜ୍ୟ କରିବ। ଏହା ଛଡ଼ା ଚା’ର ଏହି ଅପ୍ସନ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ମଧ୍ୟ ହୋଇଥାଏ।

୪. ଏହି ଖରାପ ଅଭ୍ୟାସରୁ ଦୂରେଇବା ପାଇଁ ଯେତେବେଳେ ଆପଣଙ୍କ ଚା ପିଇବା ପାଇଁ ଇଚ୍ଛା ହେଉଛି ସେହି ସମୟରେ ଆପଣ ଫଳରସ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ ପାଚନତନ୍ତ୍ର ସଫା ରହିବା ସହିତ ଆପଣ ସୁସ୍ଥ ରହିବେ। ଏହି କାରଣରୁ ଆପଣଙ୍କ ମନୋଭାବ ମଧ୍ୟ ପରିବର୍ତ୍ତନ ହୋଇଯିବ।

୫. କୌଣସି ଡିଟକ୍ସ ଡ୍ରିଙ୍କକୁ ଆପଣଙ୍କ ଖାଦ୍ୟାଭ୍ୟାସରେ ସାମିଲ କରନ୍ତୁ, ଯାହାକୁ ଆପଣ ଦିନ ସାରା ପିଇ ପାରିବେ। ଏହା ଦ୍ୱାରା ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ନିଷ୍କାସିତ ହେବା ସହିତ ଅଧିକ ପିଇବାର ଅଭ୍ୟାସରୁ ମଧ୍ଯ ମୁକ୍ତି ମିଳିବ। ଏହାଛଡ଼ା ଏହି ପାନୀୟ ଆପଣଙ୍କ ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ଅବସ୍ଥାରେ ରଖିବାରେ ସାହାଜ୍ୟ କରିବ।