ଏଥର କନିଷ୍ଠ ଶିକ୍ଷକ ପାଇବେ ୨୦ ହଜାର

ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କରାଯାଇଛି।

ବଢିଲା ଦରମା: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ବର, ୧୩/୦୩/୨୦୨୪: ରାଜ୍ୟରେ କାର୍ଯ୍ୟରତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକଙ୍କ ମାସିକ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ଯେଉଁମାନେ ଯୋଜନାବଦ୍ଧ ପଦବୀରେ ତିନି ବର୍ଷ ପୂରଣ କରିଛନ୍ତି ସେମାନଙ୍କୁ ମାସିକ ୧୩,୮୦୦ ଟଙ୍କା ପରିବର୍ତ୍ତେ ୨୦,୦୦୦ ଟଙ୍କା ମିଳିବ।

କନିଷ୍ଠ ଶିକ୍ଷକଙ୍କ ବିଭିନ୍ନ ଦାବିକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କ ମାସିକ ଦରମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୩ ଜାନୁଆରୀ ପହିଲାରୁ ପୂର୍ବାପେକ୍ଷା ଲାଗୁ ହେବ। ଏହାଦ୍ୱାରା ରାଜ୍ୟରେ କାର୍ଯ୍ୟରତ ୧୨,୭୮୪ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ। ଏଥିପାଇଁ ବାର୍ଷିକ ଅତିରିକ୍ତ ୯୫ କୋଟି ଟଙ୍କା ଖର୍ଚ୍ଚ ହେବ।

ସୂଚନାଯୋଗ୍ୟ, ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନେ ସେମାନଙ୍କ ଦାବି ସମ୍ପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।