ଏକା ଲଢିବ ବିଜେପି: ମନମୋହନ

ଦିଲ୍ଲୀ ଗସ୍ତ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ରାଜ୍ୟରେ ବିଜେପି ଏକା ଲଢିବ।

ମେଣ୍ଟକୁ ନେଇ ପୁଣି ସନ୍ଦେହ

ଭୁବନେଶ୍ବର, ୧୪/୦୩/୨୦୨୪: ତିନି ଦିନିଆ ଦିଲ୍ଲୀ ଗସ୍ତ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପୁଣି ସେହି ପୂର୍ବ କଥାକୁ ଦୋହରାଇଛନ୍ତି। ମେଣ୍ଟ ଚର୍ଚ୍ଚା ଥମୁ ନଥିବା ବେଳେ ମନମୋହନଙ୍କ ବୟାନ କିନ୍ତୁ ପୂର୍ବ ପରି ସେହି ସମାନ କଥା ଦୋହରାଇଛନ୍ତି ଯେ, ଓଡ଼ିଶାରେ ଭାଜପା ଏକାକୀ ଲଢ଼ିବ।

ଅପରାହ୍ନରେ ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ଲଢ଼ିବ ଏବଂ ରାଜ୍ୟରେ ଲୋକଙ୍କ ଆଶୀର୍ବାଦ ଓ ସମର୍ଥନରେ ପରବର୍ତ୍ତୀ ସରକାର ମଧ୍ୟ ଗଠନ କରିବ।

ତେବେ ବିଜେପିର ଶୀର୍ଷ ରାଷ୍ଟ୍ରୀୟ ନେତୃତ୍ୱ ଏ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କୌଣସି ବୟାନ ଦେଇନାହାନ୍ତି। ଦୁଇ ଦଳ ମଧ୍ୟରେ ମେଣ୍ଟ ପ୍ରସଙ୍ଗରେ ବିଜେଡି ମଧ୍ୟ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରିନାହିଁ।

ସେହିପରି କେନ୍ଦ୍ର ବିଜେପି ଦୁଇଥର ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ ଏହି ଦୁଇଟି ପର୍ଯ୍ୟାୟରେ ଓଡ଼ିଶାର ନାଁ ନାହିଁ। ଅପରପକ୍ଷରେ ବିଜେଡି ବର୍ତ୍ତମାନ ସୁଦ୍ଧା ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ।