ଶେଷ ସ୍ପର୍ଶ ଅପେକ୍ଷାରେ ମେଣ୍ଟ!

ମନମୋହନଙ୍କ ଇସ୍ତଫା ଚର୍ଚ୍ଚା!

କିଏ ହେବ ଓଡ଼ିଶା ବିଜେପିର ନୂଆ ମଙ୍ଗୁଆଳ?

ଭୁବନେଶ୍ବର, ୧୪/୦୩/୨୦୨୪: ଓଡ଼ିଶା ରାଜନୀତିରେ ନୂଆମୋଡ। ରାଜନୀତିରେ କିଛି ବି ସମ୍ଭବ ନୁହେଁ, କି ଅସମ୍ଭବ ବି ନୁହେଁ। ରାଜନୀତିରେ ସବୁ ଅସମ୍ଭବ ବେଳେବେଳେ ସମ୍ଭବରେ ପରିଣତ ହୋଇପାରେ, ସେହିପରି ସମ୍ଭବ ମଧ୍ୟ ଅସମ୍ଭବ ହୁଏ। ୧୦୦ ପ୍ରତିଶତ ଗ୍ୟାରେଣ୍ଟି ଥିବା ଅସମ୍ଭବ ବି ଅନେକାଂଶରେ ସମ୍ଭବରେ ପରିଣତ ହୋଇପାରେ। ଏହା କେବଳ ରାଜନୀତିରେ ହିଁ ହୋଇପାରେ।

ଓଡ଼ିଶା ରେ ବିଜେପି ବିଜେଡି ମେଣ୍ଟ ହେବା ନିଶ୍ଚିତ। ଉଭୟ ଦଳ ଲୋକସଭା ଓ ବିଧାନସଭା ଶାସନ ପାଇଁ ମିଳିତ ରୂପେ ପ୍ରାର୍ଥୀ ଦେବେ। ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ ପ୍ରାର୍ଥୀ ମଇଦାନକୁ ଓହ୍ଲାଇବେ। ଶେଷ ସ୍ପର୍ଶ ଅପେକ୍ଷାରେ ମେଣ୍ଟ। ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପରେ ଏଭଳି ଖବର ସାମନାକୁ ଆସିଛି। ଇସ୍ତଫା ଦେଇ ପାରନ୍ତି ବିଜେପି ରାଜ୍ୟ ସଭପତି ମନମୋହନ! ନୂଆ ସଭାପତି ପଦ କାହାକୁ ମିଳିବ ସେନେଇ ଭିନ୍ନ ଭିନ୍ନ ମତ ମିଳୁଛି। ମାତ୍ର ବିଜେପି ର ନୂଆ ସଭାପତି ପଦ କେଭି ସିଂହ ଦେଓ ନା ଆଉ କାହାକୁ ମିଳୁଛି ଖୁବ୍ କମ୍ ସମୟ ମଧ୍ୟରେ ସ୍ପଷ୍ଟ ହୋଇଯିବ। ଆଜି ଦିନ ସାରା ମନମୋହନ ତାଙ୍କ ବୟାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ମେଣ୍ଟ ସମ୍ଭାବନାକୁ ଏଡାଇ ଓଡ଼ିଶାରେ ବିଜେପି ଏକାକୀ ଲଢିବା ବୟାନ ତାଙ୍କୁ ପଡିପାରେ ମହଙ୍ଗା। ତାଙ୍କ ପ୍ରତକ୍ରିୟାରୁ ଜଣା ପଡୁଥିଲା ଯେ, ଓଡ଼ିଶାରେ ବିଜେପି ଏକାକୀ ଲଢିବ। ମନମୋହନ ଙ୍କ ମନ୍ତବ୍ୟ କୁ ପ୍ରାଞ୍ଜଳ ଭାବରେ ବଖାଣି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଆଉ କେତେ ଜଣ ନେତା କହିଲେ ଯେ, ଓଡ଼ିଶାରେ ମେଣ୍ଟ ହେବନି। ଅନ୍ୟପଟେ ଆଜି ଅପରାହ୍ନରେ ମନମୋହନଙ୍କୁ ଶୀର୍ଷ ନେତୃତ୍ୱଙ୍କ ପକ୍ଷରୁ ଆସିଛି ଡାକରା। ସେହିପରି କୁହା ଯାଉଛି ଯେ, ବିଜେପିର ଶୀର୍ଷ ନେତୃତ୍ୱ ମନମୋହନଙ୍କୁ ଗୁରୁମନ୍ତ୍ର ଦେବା ସହ, ପ୍ରତିକ୍ରିୟା ଦେବା ସମୟରେ ଯଥେଷ୍ଟ ଧ୍ୟାନ ଦେବାକୁ ତାଗିଦା କରି ପାରନ୍ତି। ଆହୁରି ମଧ୍ୟ କୁହା ଯାଉଛି ଯେ, ମନମୋହନ ଇସ୍ତଫା ଦେଇ ପାରନ୍ତି। ସେହିପରି ରାଜନୈତିକ ସମୀକ୍ଷକଙ୍କ ମତ ନିର୍ବାଚନ ଆସନ୍ନ ନଥିବାରୁ ଦଳର ଶୀର୍ଷ ନେତୃତ୍ୱ ମନମୋହନଙ୍କୁ ଇସ୍ତଫା ନ ଦେବାକୁ କହି ପାରନ୍ତି। କାରଣ ମନମୋହନ ଇସ୍ତଫା ଦେଲେ କର୍ମୀମାନଙ୍କ ପାଖକୁ ଏକ ଭୁଲ ବାର୍ତ୍ତା ଯାଇପାରେ। ଆହୁରି ମଧ୍ୟ ବିଜେଡି ସହ ସମନ୍ୱୟ ରଖିବା ପାଇଁ ମୋଦି-ଶାହା-ନଡ୍ଡାଙ୍କ ଟିମ୍ ଏକ ନୂଆ ରଣନୀତି ଆପଣାଇ ପରେ।

ଏଠାରେ ସୂଚନା ରହିଛି ଯେ, ମନମୋହନ ସାମଲ ଅପରାହ୍ନ ୧ଟା ୪୫ରେ ସେ ଗଣମାଧ୍ୟମକୁ କହିଥିଲେ ଯେ ବିଜେପି ଓଡ଼ିଶାରେ ଏକାକୀ ସରକାର ଗଢିବ। ଆଉ ୨ଟା ୪୫ରେ କହିଥିଲେ ରାଷ୍ଟ୍ରୀୟ ନେତୃତ୍ୱ ମେଣ୍ଟ ନେଇ ନିଷ୍ପତ୍ତି ନେବେ। ଏଭଳି ଘଣ୍ଟାକୁ ଘଣ୍ଟା ବୟାନ ବଦଳାଉଛନ୍ତି ମନମୋହନ। ଅନ୍ୟପକ୍ଷରେ ନବୀନ ନିବାସରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। କିନ୍ତୁ ବୈଠକ ପରେ ବି ନେତା ମାନେ ମେଣ୍ଟ ନେଇ କିଛି ବି ଶବ୍ଦ ଟିଏ ମଧ୍ୟ କହିନାହାନ୍ତି। ନିର୍ବାଚନ ରଣକୌଶଳ ବିଷୟରେ ବିଭିନ୍ନ ଜିଲ୍ଲା ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ ବିଜେଡି ସୁପ୍ରିମୋଙ୍କୁ ରିପୋର୍ଟ ଦେଇଛନ୍ତି ବୋଲି କହିଛନ୍ତି ବିଜେଡି ନେତା ଦେବୀ ମିଶ୍ର।