ଜାବ ପକ୍ଷରୁ କଳାବ୍ୟାଜ ପିନ୍ଧି ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା

ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅଫ ବରଗଡ଼ "ଜାବ" ପକ୍ଷରୁ ଧାରଣା ଦେଇଛନ୍ତି ସାମ୍ବାଦିକ

ପେନସନ, ପ୍ରୋଟେକ୍ସନ ଓ ପ୍ରେଷ୍ଟିଜ୍ ଦାବି

ବରଗଡ଼, ୧୫/୦୩/୨୦୨୪: ରାଜ୍ୟ ସରକାର ବିଭିନ୍ନ ବର୍ଗର କର୍ମଚାରୀଙ୍କ ଦରମା ବୃଦ୍ଧି କରିଥିବା ବେଳେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ଅଣଦେଖା କରି ଆସୁଛନ୍ତି। ଏହାର ପ୍ରତିବାଦରେ ବହୁବାର ଓୟୁଜେ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ପେନସନ, ପ୍ରୋଟେକ୍ସନ ଓ ପ୍ରେଷ୍ଟିଜ୍ ଭଳି ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାର ତିଳେ ମାତ୍ର କର୍ଣ୍ଣପାତ କରୁନାହାନ୍ତି।

ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ସବୁ ବର୍ଗର କର୍ମଚାରୀଙ୍କ ଦରମା ବୃଦ୍ଧି କରିଥିବାବେଳେ କଣ ପାଇଁ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଦାବିକୁ ଅଣଦେଖା କରୁଛନ୍ତି ଏନେଇ ଓୟୁଜେ ରାଜ୍ୟ ସାମ୍ବାଦିକ ସଂଘର ଆହ୍ୱାନ କ୍ରମେ ପେନସନ, ପ୍ରୋଟେକ୍ସନ ସହ ପ୍ରେଷ୍ଟିଜ୍ ଦାବିରେ ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅଫ ବରଗଡ଼ “ଜାବ” ପକ୍ଷରୁ କଳାବ୍ୟାଜ ପିନ୍ଧି ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦିଆଯାଇଛି।

ଏଥିରେ ବରଗଡ଼ ସାମ୍ବାଦିକ ସଂଘର ସଭାପତି ସୁରେନ୍ଦ୍ର ହୋତା ସଭାପତିତ୍ୱ କରିଥିବା ବେଳେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଅଫ ବରଗଡ଼ ସଭାପତି ରବିନାରାୟଣ ପଣ୍ଡା, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମିଶ୍ରଙ୍କ ସମେତ ୧୨ଟି ଯାକ ବ୍ଲକର ସାମ୍ବାଦିକ ଯୋଗ ଦେଇଛନ୍ତି। ଏହା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ସାମ୍ବାଦିକମାନଙ୍କ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।