ବିଜେଡିରୁ ଇସ୍ତଫା ଦେଲେ ଅଭିନେତା ଅରିନ୍ଦମ ରାୟ

ସାଧାରଣ ସଂପାଦକ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଅରିନ୍ଦମ।

କାର୍ଯ୍ୟକୁ ମିଳୁନଥିଲା ମର୍ଯ୍ୟାଦା

ଭୁବନେଶ୍ୱର, ୧୫/୦୩/୨୦୨୪: ଶାସକ ବିଜେଡିକୁ ଲାଗିଲା ଆଉ ଏକ ଝଟକା। ବିଜେଡିରୁ ଇସ୍ତଫା ଦେଲେ ଓଲିଉଡ ଅଭିନେତା ଅରିନ୍ଦମ ରାୟ। ୨୦୧୯ରେ ବିଜେଡିର ଷ୍ଟାର ପ୍ରଚାରକ ଥିବା ଅରିନ୍ଦମ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଦଳର ସାଧାରଣ ସମ୍ପାଦକ ପଦରେ ଥିବା ଅଭିନେତା ଅରିନ୍ଦମ ରାୟ ଶୁକ୍ରବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଅରିନ୍ଦମ। ଇସ୍ତଫା ପତ୍ରରେ ନିଜର କ୍ଷୋଭ ଜଣାଇ ଅରିନ୍ଦମ କହିଛନ୍ତି ଯେ, ତାଙ୍କ କାର୍ଯ୍ୟକୁ ଦଳରେ ମର୍ଯ୍ୟାଦା ମିଳୁନଥିଲା। ତେଣୁ ବିଜେଡିରୁ ଇସ୍ତଫା ଦେଇଛନ୍ତି।