ଆସୁଛି ଆଉ ଏକ ଲଘୁଚାପ ,ଅଗଷ୍ଟ ୬ରେ ସୃଷ୍ଟି ହୋଇପାରେ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ନିଷ୍କ୍ରିୟ ରହିବ । ତେଣୁ ରାଜ୍ୟରେ ଏବେ ବିଶେଷ ବର୍ଷାର ସମ୍ଭାବନା ନାହିଁ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ମାତ୍ର ଅଗଷ୍ଟ ୬ ତାରିଖରେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ୬ରୁ ୯ ତାରିଖ ବର୍ଷା ହେବ । ଧାନ ରୁଆ ପାଇଁ ବର୍ଷାର ଅସୁବିଧା ଦୂର ହେବ ବୋଲି କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ଚଳିତ ମାସ ୨୯ ତାରିଖ ସୁଦ୍ଧା ରାଜ୍ୟରେ ୩୬୮.୩ ମିଲିମିଟର ବର୍ଷା ହୋଇଛି । ମାସରେ ସ୍ୱାଭାବିକ ବର୍ଷା ୩୪୪.୬ ମିଲିମିଟର ଥିବାବେଳେ ସ୍ୱାଭାବିକଠୁ ୬.୧% ଅଧିକ ବର୍ଷା ହୋଇଛି । ଆସନ୍ତା ଦୁଇ ଦିନରେ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଫଳରେ ଜୁଲାଇ ମାସର ବର୍ଷା ସ୍ୱାଭାବିକ ରହିବ । ଜୁନ୍‌ ମାସରେ ରାଜ୍ୟରେ ୩୯.୭% କମ୍‌ ବର୍ଷା ହୋଇଥିଲା ।