ବିଜେଡ଼ିରେ ଯୋଗଦେଲେ କଂଗ୍ରେସ, ବିଜେପି ଓ ଆପ୍‌ର ବହୁ ନେତା ଓ କର୍ମୀ

ଏକାମ୍ର ନିର୍ବାଚନମଣ୍ଡଳୀର କଂଗ୍ରେସ, ବିଜେପି ଓ ଆପ୍ ଦଳର ବହୁ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ଯୋଗ ଦେଇଛନ୍ତି।

ବିଜେଡିର ମିଶ୍ରଣ ପର୍ବ

ଭୁବନେଶ୍ୱର, ୨୬/୦୪/୨୦୨୪: ଭୁବନେଶ୍ୱର(ଏକାମ୍ର) ନିର୍ବାଚନମଣ୍ଡଳୀର କଂଗ୍ରେସ, ବିଜେପି ଓ ଆପ୍ ଦଳର ବହୁ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ଭୁବନେଶ୍ୱର (ଏକାମ୍ର) ବିଧାୟକ ଅଶୋକ ପଣ୍ଡାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ କର୍ମୀଙ୍କୁ ଡକ୍ଟର ପାତ୍ର ଓ ଶ୍ରୀ ପଣ୍ଡା ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି, କଂଗ୍ରେସ ଓ ଆପ୍ କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ଭୁବନେଶ୍ୱର (ଏକାମ୍ର) ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର ଓ ଶ୍ରୀ ପଣ୍ଡା କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି, କଂଗ୍ରେସ ଓ ଆପ୍ କର୍ମୀମାନେ ନିଜ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ଏହି ମିଶ୍ରଣ ପର୍ବରେ ଆପ୍ ଦଳର ବଂଶୀ ସୁବୁଦ୍ଧି, ଦେବତ୍ତମ ଦିଣ୍ଡା, ଭିକି ପ୍ରଧାନ, ଅଶୋକ ପ୍ରଧାନ, ସିଦ୍ଧାର୍ଥ ସାହୁ, ଶୁଭ ମିଶ୍ର, ରାଜା ପ୍ରଧାନ, ସୁଶାନ୍ତ ନାୟକ, ପବିତ୍ର ସାହୁ, ଜାଗା ସାହୁ, ଦିପୀନ ଦିଣ୍ଡା, ବ୍ରହ୍ମାନନ୍ଦ ସୁବୁଦ୍ଧୀ, ଜାଗତ ଉଲ୍ଲା, କଂଗ୍ରେସର ଏସ୍‌କେ ସଫିକ ଉଲ୍ଲା, ଏସ୍‌କେ ଜାକତ ଉଲ୍ଲା, ମିନତ ଉଲ୍ଲା, ସଫକତ ଉଲ୍ଲା, ସୁଜାତ ଉଲ୍ଲା, ରବିଲ ଖାନ, ବିଜେପିର କେଶବ ସାହୁ, ବ୍ରଜ ସାହୁ, ସୂର୍ଯ୍ୟ ସାହୁ, ଲକ୍ଷ୍ମୀଧର ସେଠୀ, କରୁଣାକର ସେଠୀ, ସରୋଜ କୁମାର ପଣ୍ଡା, ରବୀନ୍ଦ୍ର ପଟ୍ଟନାୟକ, ରବୀନ୍ଦ୍ର ତ୍ରିପାଠୀ, ନବ କିଶୋର ସ୍ୱାଇଁ, ଶତ୍ରୁଘ୍ନ ବେହେରା, କପିଲ ପରିଡା, ଭାରତ ସାହୁ, ଦେବାଶିଷ ସେଠୀ, ଏମ୍‌ଡି ସୁନ୍ଦରାୟ, ସନ୍ତୋଷ ବେହେରା, ନଦୀନ ମିଶ୍ର, ସୁଦର୍ଶନ ନାୟକ, ବିଶ୍ୱନାଥ ବାରିକ, ପ୍ରଶାନ୍ତ କୁମାର ପଟ୍ଟନାୟକ, ଟୁକୁନା ପାତ୍ର, ଲକ୍ଷ୍ମୀ ସାହୁ ଓ ସସ୍ମିତା ଦାସଙ୍କ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ ।