ଆସନ୍ତା କାଲି ଓଡି଼ଶା ଆସିବେ ରାହୁଲ ଗାନ୍ଧୀ

କଟକର ସତ୍ୟଭାମାପୁର ଯାଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ।

୪ ଲୋକସଭା ଆସନରେ ଭୋଟ ପାଇଁ ଅପିଲ କରିବେ

ଭୁବନେଶ୍ବର, ୨୭/୦୪/୨୦୨୪: ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। କଟକ , କେନ୍ଦ୍ରାପଡ଼ା , ଯାଜପୁର ଓ ଜଗତସିଂପୁର ଲୋକସଭା ଆସନ ପାଇଁ କରିବେ ଭୋଟ ଅପିଲ। ଗତ ଦୁଇ ଦିନ ତଳେ ବିଜେପି ନେତା ଅମିତ ଶାହ ଓଡ଼ିଶା ଆସିଥିବା ବେଳେ ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଆସିବେ। ବିଜେପି ଓ କଂଗ୍ରେସ ଉଭୟ ଦଳ ନିର୍ବାଚନରେ ବିଜୟ ହାସଲ ପାଇଁ ଜୋରଦାର କସରତ ଆରମ୍ଭ କରି ଦେଇଛନ୍ତି। ଏହା ମଧ୍ୟରେ ଓଡ଼ିଶାର ଜନସାଧାରଣଙ୍କ ମନ ଜିଣିବା ପାଇଁ ରାହୁଲ ଗାନ୍ଧୀ ମଧ୍ୟ ଓଡ଼ିଶା ଆସିବେ

ଆସନ୍ତା କାଲି ଓଡିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆସନ୍ତା କାଲି ଦିନ ୧୧ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ଏହା ପରେ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ କଟକର ସତ୍ୟଭାମାପୁର ଯିବେ। ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସାଲେପୁର ଯିବେ। ସାଲେପୁରଠାରେ ଦିନ ୧୨ଟା ୨୫ରୁ ୧ଟା ୪୫ ଯାଏ ବିଶାଳ ଜନସଭାକୁ କରିବେ ସମ୍ବୋଧନ। ଏହା ପରେ ପୁଣି ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।