ଆସିଲା ବିଜେପି ପ୍ରାର୍ଥୀ ତାଲିକା

ଓଡ଼ିଶାର ଆଉ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି।

ଅରିନ୍ଦମ ରାୟଙ୍କୁ ମିଳିଲା ଟିକେଟ, ଲଢିବେ ନିର୍ବାଚନ

ଭୁବନେଶ୍ବର,୨୭/୦୪/୨୦୨୪: ଓଡ଼ିଶାର ଆଉ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ବହୁ ଚର୍ଚ୍ଚାରେ ଥିବା ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଅଭିନେତା ତଥା ରାଜନେତା ଅରିନ୍ଦମ ରାୟଙ୍କୁ ମଧ୍ୟ ଟିକେଟ ଦେଇଛି ଦଳ। ଅରିନ୍ଦମ ସାଲେପୁରରୁ ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି।

ପ୍ରାର୍ଥୀଙ୍କ ତାଲିକା:
ଖୋର୍ଦ୍ଧା: ପ୍ରଶାନ୍ତ କୁମାର ଜଗଦ୍ଦେବ
ସାଲେପୁର: ଅରିନ୍ଦମ ରାୟ
ତେଲକୋଇ: ଫକୀର ମୋହନ ନାୟକ
ଚମ୍ପୁଆ: ମୁରଲୀ ମନୋହର ଶର୍ମା
ବସ୍ତା: ରବୀନ୍ଦ୍ର ଅଣ୍ଡିଆ
ବାସୁଦେବପୁର: ବନକଲ୍ୟାଣ ମହାନ୍ତି
ହିନ୍ଦୋଳ: ସୀମାରାଣୀ ନାୟକ
କେନ୍ଦ୍ରାପଡ଼ା: ଗୀତାଞ୍ଜଳି ସେଠୀ