ବିଜେଡିର ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତିନୋଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି

ଭୁବନେଶ୍ବର, ୨୭/୦୪/୨୦୨୪: ବିଜେଡି ଅଷ୍ଟମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଅଷ୍ଟମ ପର୍ଯ୍ୟାୟରେ ତିନିଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଖୋର୍ଦ୍ଧାରୁ ରାଜେନ୍ଦ୍ର କୁମାର ଦାସ, ଭୋଗରାଇରୁ ଗୌତମ ବୁଦ୍ଧ ଦାସ ଓ ବେଗୁନିଆରୁ ପ୍ରଦୀପ କୁମାର ସାହୁଙ୍କୁ ନିର୍ବାଚନ ଲଢିବା ପାଇଁ ସୁଯୋଗ ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, ବିଜେଡି ଏପର୍ଯ୍ୟନ୍ତ ୧୪୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଖଣ୍ଡପଡ଼ା, ନୀଳଗିରି ଓ କୋରେଇ ଆସନ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା ହୋଇନାହିଁ।