ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍‌ ମାମଲା, ଅଭିନେତା ପପୁ ପମ୍‌ପମ୍‌ ନିର୍ଦ୍ଦେଶ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍‌ ମାମଲା । ଅଭିନେତା ପପୁ ପମ୍‌ପମ୍‌ ନିର୍ଦ୍ଦେଶ । ରାୟ ଶୁଣାଇଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୧୬ରେ ଜଣେ ନାବାଳିକାଙ୍କୁ ଆଣିଥିଲେ ଅଭିଯୋଗ ।

ଖବର ଅନୁଯାୟୀ, ୨୦୧୬ରେ ଜଣେ ନାବାଳିକାଙ୍କୁ ଫିଲ୍ମରେ ରୋଲ୍‌ ଦେବାକୁ ଅସଦାଚରଣ କରିଥିବା ଅଭିଯୋଗ ଆସିଥିଲା । ଯାହାକୁ ଆଧାର କରି ପପୁଙ୍କୁ ସେତେବେଳେ ଗିରଫ କରିଥିଲା ପୋଲିସ । ପରେ ମାମଲାର ତ୍ୱରିତ ଶୁଣାଣି ପାଇଁ ସ୍ୱତନ୍ତ୍ର ପକ୍ସୋ କୋର୍ଟରେ ହୋଇଥିଲା । ଆଉ ଏବେ ଏହି ମାମଲାରୁ ଶୁଣାଣି କରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ ।

ତେବେ ୨୦୧୬ରେ ଏହି ଚର୍ଚ୍ଚିତ କାଷ୍ଟିଂ କାଉଚ୍‌ ମାମଲାରେ ଅଭିନେତା ପପୁ ପମ୍‌ପମ୍‌ଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ଏହାସହିତ ତାଙ୍କ ସହଯୋଗୀ ଗିଟୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।