ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ

ବାଲେଶ୍ବର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ବାଲେଶ୍ବର ସଦର ତହସିଲ ଅଧୀନ ବଇଂଚା ଆରଆଇ ଡଲି ସେଠୀ ଧରାପଡିଛନ୍ତି । ଆରଆଇ ଡଲି ସେଠୀଙ୍କୁ ଭିଜିଲାନ୍ସ  ଗିରଫ କରିଛି।

ବୁଡି ଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହାର ରିପୋର୍ଟ ଦେବା ପାଇଁ ଆରଆଇ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ମୃତକଙ୍କ ପରିବାର ଲୋକ ଭିଜିଲାନ୍ସରେ ଜଣାଇଥିଲେ।

ମଙ୍ଗଳବାର ଆରଆଇ ଡଲି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଟିମ ମାଡ଼ି ବସିଥି​‌ଲେ। ଭିଜିଲାନ୍ସ ଟିମ୍ ୧୦ ହଜାର ଟଙ୍କା ଜବତ କରିବା ସହ ଆରଆଇ ଡଲିଙ୍କୁ ଗିରଫ କରିଛି।