IPS ସ୍ତରରେ ଅଦଳବଦଳ

ଭୁବନେଶ୍ବର: ଆଇପିଏସ୍ ସ୍ତରରେ ଅଦଳବଦଳ ହୋଇଛି । ସେଣ୍ଟ୍ରାଲ ଡେପୁଟେସନରୁ ଫେରିଥିବା ଯତୀନ୍ଦ୍ର କୋୟଲ ଆଇଜିପି, ପ୍ରୋଭିଜନିଙ୍ଗ ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ଏସ୍. ପ୍ରବୀଣ କୁମାର ଆଇଜିପି ପର୍ସନେଲ ଭାବେ ନିଯୁକ୍ତି ହୋଇଛନ୍ତି । ପୂର୍ବରୁ ସେ ଆଇନଶୃଙ୍ଖଳା ଆଇଜି ଥିଲେ ।

ସେହିଭଳି ସଫିନ୍ ଅହମ୍ମଦ କେ. ଙ୍କୁ କ୍ରାଇମବ୍ରାଞ୍ଚ ୨ ଆଇଜିପି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସଫିନ୍ ଅହମ୍ମଦ ବର୍ତ୍ତମାନ ଏଚଆରପିସି ଆଇଜିପି ଦାୟିତ୍ବରେ ଅଛନ୍ତି ।