ପଦ୍ମ ଶିବିରରେ ପ୍ରସନ୍ନ ପାଟ୍ଟଶାଣୀ

ବିଜେଡିରୁ ୨୦୨୪ ପାଇଁ ଟିକେଟ ନମିଳିବାରୁ ଅସନ୍ତୁଷ୍ଟ ଥିଲେ ପ୍ରସନ୍ନ ପାଟ୍ଟଶାଣୀ।

ଦିଲ୍ଲୀରେ ଦଳୀୟ ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ

ଭୁବନେଶ୍ବର, ୦୮/୦୬: ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହେଲେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ଭୁବନେଶ୍ଵର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ନବନିର୍ବାଚିତ ବିଜେପି ସାଂସଦ ଓ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି ପ୍ରସନ୍ନ।

ପ୍ରସନ୍ନ ପାଟ୍ଟଶାଣୀ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରୁ ପୂର୍ବରୁ ୫ ଥର ସାଂସଦ ରହିଥିଲେ। ୨୦୧୯ ଓ ୨୦୨୪ ନିର୍ବାଚନରେ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ, ବିଜେଡି ତାଙ୍କ ଉପରେ ଭରସା କରିନଥିଲା। ତାଙ୍କୁ ଟିକେଟ ନମିଳିବାରୁ ସେ ବିଜେଡି ଉପରେ ଅସନ୍ତୁଷ୍ଟ ଥିଲେ। ବିଜେପି ଆଗକୁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଥିବା ବେଳେ ସେ ବିଜେପିରେ ସାମିଲ ହୋଇଛନ୍ତି।