ମୋ ବସକୁ ଧକ୍କା ଦେଲା ଟ୍ରକ

କଟକର ତେଲେଙ୍ଗାପୀଠ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ମୋ ବସ ଚୁରମାର, ୨୦ରୁ ଉର୍ଦ୍ଧ୍ଵ ଆହତ

କଟକ, ୦୮/୦୬: ମୋ ବସକୁ ଧକ୍କା ଦେଲା ଟ୍ରକ। କଟକ ତେଲେଙ୍ଗାପୀଠ ନିକଟରେ ଏକ ଟ୍ରକ୍ ମୋ ବସକୁ ଧକ୍କା ଦେବାଫଳରେ ୨୯ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ମୋ ବସକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ମୋ ବସର ଅନେକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ କଟକ ଏସସିବି ମେଡିକାଲ ଓ ଭୁବନେଶ୍ୱରର କିଛି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରୁ ୩ରୁ ୪ ଜଣ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।