ରାଜନୀତିରୁ ଅବ୍ୟାହତି ନେଲେ ଅଚ୍ୟୁତ ସାମନ୍ତ

ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଇଥିବା ଘୋଷଣା କରିଛନ୍ତି ପୂର୍ବତନ ଲୋକସଭା ସାଂସଦ ଡ଼ ଅଚ୍ୟୁତ ସାମନ୍ତ।

ସମାଜସେବାକୁ ଆହୁରି ବ୍ୟାପକ କରିବେ

ଭୁବନେଶ୍ବର, ୦୯/୦୬: ପ୍ରତ୍ୟକ୍ଷ ରାଜନୀତିରୁ ଅବ୍ୟାହତି ନେଲେ ପୂର୍ବତନ ଲୋକସଭା ସାଂସଦ ଡ଼ ଅଚ୍ୟୁତ ସାମନ୍ତ। ବିଜେଡି ନେତା ତଥା କନ୍ଧମାଳର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ ରାଜନୀତିରୁ ଅବସର ନେଇଥିବା ଘୋଷଣା କରିଛନ୍ତି। ଗତ କାଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଥିଲେ। ଉଭୟ ଲୋକସଭା ଓ ରାଜ୍ୟସଭାରେ ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି। ସେ ରାଜନୀତିରୁ ଅବସର ନେଲେ ମଧ୍ୟ ସମାଜସେବାରେ ସକ୍ରିୟ ରହିବେ ଏବଂ ଏହାକୁ ଆହୁରି ବ୍ୟାପକ କରିବେ ବୋଲି କହିଛନ୍ତି ଅଚ୍ୟୁତ।

କନ୍ଧମାଳ ୨୦୨୪ ସଂସଦୀୟ ନିର୍ବାଚନରେ ଲଢି ପରାଜିତ ହୋଇଥିଲେ। ଏହି ଅବସରରେ କନ୍ଧମାଳ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦୧୯ରେ ବିଜେଡି ଟିକେଟରେ କନ୍ଧମାଳରୁ ଲୋକସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।