ଘୁଞ୍ଚିଲା ଶପଥ ଗ୍ରହଣ ତାରିଖ

୧୦ ତାରିଖରେ ଓଡିଶାରେ ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଥାନ୍ତେ।

୧୨ରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ!

ଭୁବନେଶ୍ବର, ୦୯/୦୬: ଓଡ଼ିଶାରେ କିଏ ହେବେ ମୁଖ୍ୟମନ୍ତ୍ରୀ। ଏ ସସପେନ୍ସରୁ ପରଦା ଉଠୁନଥିବା ବେଳେ ଏବେ ଆଉ ଏକ ଖବର ସାମନାକୁ ଆସିଛି। ବିଜେପି ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି। ଏ ନେଇ ଆସନ୍ତା କାଲି ଅର୍ଥାତ୍ ୧୦ ତାରିଖରେ ଓଡିଶାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବେ ବୋଲି ତାରିଖ ଧାର୍ଯ୍ୟ କରାଯାଇଥିଲା। ହେଲେ, ଏହି କାର୍ଯ୍ୟକ୍ରମକୁ ଆହୁରି ଦୁଇ ଦିନ ଯାଏ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୧୨ ତାରିଖ ସନ୍ଧ୍ୟାରେ ରାଜ୍ୟର ନୂଆ ସରକାରଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶପଥ ଗ୍ରହଣ ଉତ୍ସବ ପ୍ରସ୍ତୁତି ବୈଠକ ଚାଲିଛି। ବୈଠକ ପରେ ତାରିଖ ଘୋଷଣା ହୋଇପାରେ।