ଶପଥ ଗ୍ରହଣ ସମାରୋହକୁ ନବୀନଙ୍କୁ ବିଜେପିର ନିମନ୍ତ୍ରଣ

ଆସନ୍ତା କାଲି ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ।

ନବୀନ ନିବାସ ଗଲେ ବିଜେପି ଟିମ୍

ଭୁବନେଶ୍ବର, ୧୧/୦୬: ଆସନ୍ତାକାଲି ବିଜେପିର ନୂତନ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ବିଜେପି ଟିମ୍। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଧାୟକ ସୁରେଶ ପୂଜାରୀ, ପୂର୍ବତନ ସଭାପତି ବସନ୍ତ ପଣ୍ଡା, ସମୀର ମହାନ୍ତି ଏବଂ ବିଧାୟକ ନିତ୍ୟାନନ୍ଦ ଗଣ୍ଡା ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି। ଅପରାହ୍ନ ୪ଟା ୧୫ରେ ଯୋଗ ଦେବା ପାଇଁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଗଣ ଯୋଗ ଦେବେ।