୩୦ ଯାଏ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍

ଆସନ୍ତା ୩୦ ତାରିଖ ଯାଏଁ ରାଜ୍ୟରେ କୌଣସି ସରକାରୀ କର୍ମଚାରୀ ଛୁଟିରେ ରହି ପାରିବେ ନାହିଁ।

ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଜାରି

ଭୁବନେଶ୍ବର, ୧୧/୦୬: ରାଜ୍ୟରେ ନୂତନ ସରକାର ଗଠନ ହେବାକୁ ଯାଉଥିବାରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସରକାରଙ୍କ ସମସ୍ତ ବିଭାଗର ଅଧିକାରୀଙ୍କୁ ଚିଠି ଲେଖାଯାଇଛି। କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ବ୍ୟତୀତ କୌଣସି ସରକାରୀ ଅଧିକାରୀଙ୍କୁ ମୁଖ୍ୟାଳୟ ଛାଡିବା ପାଇଁ ଛୁଟି କିମ୍ବା ଅନୁମତି ମିଳିବ ନାହିଁ। ସରକାରୀ ଛୁଟି ଦିନରେ ମଧ୍ୟ ଛୁଟି ବାତିଲ କରାଯାଇଛି। ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଆସନ୍ତା ୧୨ରେ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ନୂତନ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ସରକାରଙ୍କ ବିଭିନ୍ନ ସ୍ତରରେ ଅନେକ କାର୍ଯ୍ୟକଳାପ ହେବ। ଏହାକୁ ଦୃଷ୍ଟିରେ ରଖି ଯେକୌଣସି ଜରୁରୀ କାର୍ଯ୍ୟରେ ଯୋଗଦେବା ପାଇଁ ସମସ୍ତ ସରକାରୀ ଅଧିକାରୀମାନେ ନିଜ ନିଜ ମୁଖ୍ୟାଳୟରେ ରହିବା ଜରୁରୀ।