କୁଏତରେ ପ୍ରାଣ ହରାଇଥିବା ୨ ଓଡିଆଙ୍କ ଆତ୍ମୀୟଙ୍କୁ କ୍ଷତିପୂରଣ ରାଶି ଘୋଷଣା

୨ ଓଡିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ସୂଚନା

ଭୁବନେଶ୍ବର, ୧୫/୦୬: କୁଏତରେ ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଜଣଙ୍କ ମଧ୍ୟରେ ଥିବା ଦୁଇ ଓଡ଼ିଆଙ୍କ ପାର୍ଥିବ ଶରୀର ଶନିବାର ସକାଳେ ଏକ ସ୍ୱତନ୍ତ୍ର ବିମାନଯୋଗେ ଭୁବନେଶ୍ୱରରେ ପହଞ୍ଚିଛି। ଭୁବନେଶ୍ବରରେ ପହଞ୍ଚିବା ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା, ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ବିଜେପି ସଭାପତି ମନମୋହନ ସନ୍ତୋଷ କୁମାର ଗୌଡ଼ ଓ ମହମ୍ମଦ ଜାହୁରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଭୟ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ଉଭୟଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ତାଙ୍କ ମରଶରୀରକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।