୨ ଓଡିଆ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଓଡ଼ିଶାରୁ ୨ ଜଣ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୪।

କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି

ଭୁବନେଶ୍ବର, ୧୫/୦୬: କେନ୍ଦ୍ର ସାହିତ୍ୟ ଏକାଡେମୀ ୨୦୨୪ ବର୍ଷ ପାଇଁ ବିଜେତାଙ୍କ ନାମ ଘୋଷଣା କରା ଯାଇଥିବା ବେଳେ ଏଥିରେ ଓଡ଼ିଶାର ୨ ଜଣ ଲେଖକ ସ୍ଥାନିତ ହୋଇଛନ୍ତି। ଏ ନେଇ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ମାଧବ କୌଶିକଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ମାନସ ରଞ୍ଜନ ସାମଲଙ୍କୁ ‘ଗପ କଳିକା’ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ ସାହିତ୍ୟ ପୁରସ୍କାର ଓ ସଞ୍ଜୟ କୁମାର ପଣ୍ଡାଙ୍କୁ କ୍ଷୁଦ୍ରଗଳ୍ପ ସଂକଳନ ‘ହୁ ବାୟା’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରଦାନ କରାଯିବ।