ଟ୍ରକ-ଟ୍ରାକ୍ଟର-କାର ସିରିଜ୍ ଦୁର୍ଘଟଣା

ଗତ କାଲି ବିଳମ୍ବିତ ରାତିରେ ଟ୍ରକ, ଟ୍ରାକ୍ଟର ଓ କାର ମଧ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

କାର ଖଣ୍ଡ ବିଖଣ୍ଡିତ, ୪ ମୃତ

ଖଡ଼ିଆଳ (ଦର୍ଶନ ନ୍ୟୁଜ)୧୭/୦୬: ନୂଆପଡା ଜିଲ୍ଲା ଖଡ଼ିଆଳ ନିକଟସ୍ଥ ଲଛିପୂର ଗ୍ରାମ ନିକଟରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଘଟଣା ସ୍ଥଳରେ ଖଡ଼ିଆଳ ସହରର ଶୁଭମ ମହାନ୍ତି(୨୨ ବର୍ଷ) ,ଦେବେନ୍ଦ୍ର ସିଂ ଲାଲ(୨୩ ବର୍ଷ), ରିଷି ସାହୁ(୨୨ ବର୍ଷ) ଏବଂ ଗୋଇମୁଣ୍ଡି ଗାଁଁର ଦେବରାଜ ପଟେଲ(୧୯ ବର୍ଷ)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ ମୃତକ ରିଷି ସାହୁ ବଡ଼ ଭାଇଙ୍କ ଜନ୍ମ ଦିନ ଭୋଜି ଖାଇ ସାରି କୌଣସି କାମ ପାଇଁ ଗତକାଲି ରାତ୍ରରେ ଏକ ଟାଟା ଟିଆଗୋ କାରରେ ଯାଉଥିବା ସମୟରେ ଲଛିପୁର ଗାଁଁ ନିକଟରେ ଭରସାମ୍ୟ ହରାଇ ପ୍ରଥମେ ଏକ ଟ୍ରାକଟରକୁ ପଛପଟୁ ଧକ୍କା ଦେଇଥିଲା ପରେ ପଛପଟୁ ଯାଉଥିବା ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାଟି ହୃଦୟ ବିଦାରକ ହୋଇ ଉଠିଥିଲା ଏବଂ ଘଟଣାଟି ଏତେ ଭୟଙ୍କର ଥିଲା ଯେ କାର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା ଏବଂ ଟ୍ରାକଟର ପଛ ଚକ ଅଲଗା ହୋଇ ଯାଇଥିବା ବେଳେ କାରରେ ଥିବା ଉପରୋକ୍ତ ସମସ୍ତଙ୍କ ଘଟଣା ସ୍ଥଳରେ ରେ ହିଁ ମୃତ୍ୟୁ ହୋଇଥିଲା। ତା’ସହ ଟ୍ରାକଟର ଡ୍ରାଇଭରଙ୍କ ସମେତ ଅନ୍ୟ ଚାରି ଜଣ ଆହତ ହୋଇ ଥିବା ଜଣାପଡିଛି। ଖବର ପାଇ ଖଡ଼ିଆଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦମକଳ ବାହିନୀର ସହାୟତାରେ ମୃତ ଶବ ଉଦ୍ଧାର କରି ପୋଲିସ ତାର ତଦନ୍ତ ପ୍ରକ୍ରିୟାଟିକୁ ଜାରି ରଖିଥିବା ଜଣାଯାଇଛି।