ବରଗଡରୁ ଶୁଭାରମ୍ଭ ହେବ ପିଏମ କିଷାନର ୧୭ତମ କିସ୍ତି ବଣ୍ଟନ

ଆସନ୍ତାକାଲି ରାଜ୍ୟରେ ପିଏମ୍- କିଷାନ ଯୋଜନାର ୧୭ତମ କିସ୍ତି ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ।

କାଲି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୭/୦୬: ଆସନ୍ତା କାଲି ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଧାନମନ୍ତ୍ରୀ କିଷାନ ଉତ୍ସବ ଆୟୋଜନ ହେବ। ସେଠାରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ବରଗଡ଼ ଯିବେ। ଆସନ୍ତାକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ପିଏମ କିଷାନ ସମ୍ମାନ ଯୋଜନାର ୧୭ତମ କିସ୍ତି ବଣ୍ଟନ କରିବେ ଏବଂ ରାଜ୍ୟରେ ଚାଷୀଙ୍କୁ ଏହି କିସ୍ତି ମୁଖ୍ୟମନ୍ତ୍ରୀ ବଣ୍ଟନ କରିବେ।

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଏହା ମୋହନଙ୍କ ପ୍ରଥମ ବରଗଡ଼ ଗସ୍ତ। ଏହି ଅବସରରେ ବରଗଡ଼ର ଗାନ୍ଧୀ ଛକରୁ ବାନ୍ଦୁଟିକରା ପର୍ଯ୍ୟନ୍ତ ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ। ଏହା ପରେ ଜର୍ଜ ହାଇସ୍କୁଲ ପଡ଼ିଆରେ ଏକ ସଭାକୁ ସମ୍ବୋଧିତ କରିବେ। ବରଗଡରେ ଚାଷୀମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପିଏମ-କିଷାନ ଯୋଜନା ଅଧିନରେ ଅନ୍ତର୍ଭୁକ୍ତ ହୋଇଥିବା ଦେଶର କୃଷକମାନଙ୍କୁ ୧୭ତମ କିସ୍ତି ପ୍ରଦାନ କରାଯିବ। ଏହା ଅଧିନରେ ପ୍ରାୟ ୨୦,୦୦୦ କୋଟି ଟଙ୍କାର ଅର୍ଥ ରାଶି ବଣ୍ଟନ କରାଯିବ।