କୃଷି ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ କେଭି ସିଂହଦେଓ

ପୂଜାର୍ଚ୍ଚନା କରି ଆଜି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି କନକ ବର୍ଦ୍ଧନ ସିଂହଦେଓ।

ସବୁଠୁ ଭଲ ପ୍ରଦର୍ଶନ କରିଛି କୃଷି ବିଭାଗ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭/୦୬: ଜୁନ ୧୫ ତାରିଖରେ ବିଭାଗ ବଣ୍ଟନ ପରେ ଆଜି କୃଷି ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ନୂତନ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବାରୁ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ।

ଏହି ଅବସରରେ ତାଙ୍କୁ କୃଷି ବିଭାଗ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କେଭି ସିଂହଦେଓ କହିଥିଲେ ଯେ, ମହାପ୍ରଭୁଙ୍କ ଆଶୀର୍ବାଦରୁ ଆଜି କୃଷି ବିଭାଗ ଦାୟିତ୍ବ ନେଇଛି। ଓଡ଼ିଶାରେ ସବୁଠୁ ଉନ୍ନତ ପ୍ରଦର୍ଶନ କରୁଥିବା ବିଭାଗ ହେଉଛି କୃଷି ବିଭାଗ। ପ୍ରାୟ ୯୦ ପ୍ରତିଶତ କାମ ପୂରଣ ହୋଇଛି। ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ ଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ହେବ। ଏଥିପାଇଁ ଲୋକଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ।

ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ କୃଷି ବିଭାଗ ଟିମ୍ ସହ ମନ୍ତ୍ରୀଙ୍କୁ ପରିଚିତ କରାଇଥିଲେ। ମନ୍ତ୍ରୀ ସିଂହଦେଓ କୃଷି ଭବନ ପରିଦର୍ଶନ କରି ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ।