ବାଲେଶ୍ଵର ଗୋଷ୍ଠୀ ଉତ୍ତେଜନା: ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିର୍ଦ୍ଦେଶ

ଉତ୍ତେଜନା କ୍ଷେତ୍ରରେ ୧୪୪ ଧାରା ଲାଗୁ କରିଛି ଜିଲ୍ଲା ପ୍ରଶାସନ।

ଶାନ୍ତି, ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ ନିବେଦନ

ଭୁବନେଶ୍ୱର,୧୭/୦୬: ବାଲେଶ୍ଵରରେ ଆଜି ଘଟିଥିବା ଗୋଷ୍ଠୀଗତ ଉତ୍ତେଜନା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାଲେଶ୍ଵର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୌଣସି ପରିସ୍ଥିତିରେ ଶାନ୍ତି ଶୃଙ୍ଖଳା ବ୍ୟାହତ ହେବାକୁ ଦିଆ ଯିବ ନାହିଁ। ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ। ଭାଇଚାରା ବଜାୟ ରଖି ସମସ୍ତେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି।

ସୂଚନାନୁସାରେ, ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ବାଲେଶ୍ୱର-ଚାନ୍ଦିପୁର ରାସ୍ତାର ପାତ୍ରପଡ଼ା ନିକଟରେ ଆଜି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ୨୦ରୁ ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ପଥର ମାଡ଼ କରିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ଏହି ଘଟଣା ପରେ ବାଲେଶ୍ୱର ଏସପି ସାଗରିକା ନାଥ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିଥିଲେ। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି।