ବଢିଲା ସକାଳୁଆ ସ୍କୁଲ ଅବଧି

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସକାଳୁଆ କ୍ଲାସ ଅବଧି ବୃଦ୍ଧି କରାଯାଇଛି।

୨୨ରୁ ସ୍ୱାଭାବିକ ହେବ ସ୍କୁଲ

ଭୁବନେଶ୍ବର, ୨୦/୦୬: ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ସ୍କୁଲକୁ ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଜୁନ୍ ୨୧ ଅର୍ଥାତ୍ ଆସନ୍ତାକାଲି ପର୍ଯ୍ୟନ୍ତ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ଯାଏଁ ସକାଳୁଆ କ୍ଲାସ ହେବ। ଜୁନ୍ ୨୨ରୁ ସ୍ୱାଭାବିକ ପାଠପଢ଼ା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସାରା ରାଜ୍ୟରେ ଗ୍ରୀଷ୍ମ ଓ ଆର୍ଦ୍ରତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।