ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବେ ରାଜ୍ୟ ସରକାର

ଆସନ୍ତାକାଲିଠାରୁ ରାଜ୍ୟରେ ସ୍ୱାଭାବିକ ଭାବେ ଖୋଲିବ ସ୍କୁଲ।

ଗଣିତ ଶିକ୍ଷକଙ୍କୁ ଦିଆଯିବ ବ୍ଲକସ୍ତରୀୟ ତାଲିମ୍

ଭୁବନେଶ୍ୱର, ୨୩/୦୬: ଗ୍ରୀଷ୍ମ କାଳୀନ ଛୁଟି ପରେ ସକାଳୁଆ ସ୍କୁଲ ହେଉଥିବା ବେଳେ ଆସନ୍ତାକାଲି ଠାରୁ ସ୍ୱାଭାବିକ ଭାବେ ଖୋଲିବ ସ୍କୁଲ। ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହେଉଥିବା ଯୋଗୁଁ ସ୍କୁଲ ସ୍ୱାଭାବିକ ଭାବେ ଖୋଲିବା ସମ୍ଭବ ହୋଇ ପାରୁନଥିଲା। ଏବେ ରାଜ୍ୟରେ ପାଣିପାଗ ବଦଳିବା ସହ ମୌସୁମୀର ପ୍ରବେଶ ହେତୁ ସ୍କୁଲ ସ୍ୱାଭାବିକ ଭାବେ ଚାଲିବାର କୌଣସି ଅସୁବିଧା ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାର ଆବଶ୍ୟକତା ରହିଛି। ତେଣୁ ଖୁବ୍ ଶୀଘ୍ର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବେ ରାଜ୍ୟ ସରକାର। ଗଣିତ ଏକ ପ୍ରମୁଖ ବିଷୟ। ଛାତ୍ରଛାତ୍ରୀଙ୍କ ଜ୍ଞାନରେ ଉନ୍ନତି ଆଣିବା ପାଇଁ ଗଣିତ ଶିକ୍ଷାକୁ ନେଇ ଗଣିତ ଶିକ୍ଷକଙ୍କୁ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଦିଆଯିବ। ଯାହା ଦ୍ବାରା ଶିକ୍ଷାର ମାନରେ ଉନ୍ନତି ଆଣିହେବ ବୋଲି ମନ୍ତ୍ରୀ କହିଛନ୍ତି।