ଆସନ୍ତାକାଲି ସୁନାବେଶରେ ସମାଗମ ହେବେ ଲକ୍ଷାଧିକ ଭକ୍ତ

ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା

ପୁରୀ, ୧୬/୦୭: ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ। ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରାଫିକ୍ ଆଡଭାଇଜରି ଜାରି କରିଛି ପ୍ରଶାସନ। ଆଡଭାଇଜରି ଜାରି କରି ପୁରୀ ଏସପି ପିନାକ ମିଶ୍ର କହିଛନ୍ତି, ପୂର୍ବ ଭଳି ଭକ୍ତମାନେ ମେଡିକାଲ ଛକରୁ ଚାଲି ଚାଲି ଯିବେ। ଏଥିପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି। ମେଡିକାଲ ଛକରୁ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ କରାଯାଇଛି। ଆବଶ୍ୟକ ପଡ଼ିଲେ ପରିସ୍ଥିତିକୁ ଦେଖି ଭିଡ ନିୟନ୍ତ୍ରଣ କରିବା ପାଇଁ ସିଲ୍ ରାସ୍ତାକୁ ଖୋଲାଯିବା ସହିତ ଶ୍ରୀମାର୍ଗକୁ ମଧ୍ୟ ବ୍ୟବହାର କରାଯିବ।