ଆସନ୍ତା ୧୮ରେ ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର

ଶୁଭ ସମୟ ୯ଟା ୫୧ରୁ ୧୨ଟା ୧୫

ପୁରୀ, ୧୬/୦୭: ଜୁଲାଇ ୧୮ ତାରିଖରେ ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର। ଆଜି ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ ପରେ ଏହି ଘୋଷଣା କରିଛନ୍ତି ରତ୍ନଭଣ୍ଡାର ପରିଚାଳନା କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ। ଜଷ୍ଟିସ୍ ରଥ କହିଛନ୍ତି, ଆସନ୍ତା ୧୮ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ସ୍ଥିର ହୋଇଛି। ଏଥିପାଇଁ ଶୁଭ ସମୟ ସକାଳ ୯ଟା ୫୧ରୁ ଅପରାହ୍ନ ୧୨ଟା ୧୫ ମଧ୍ୟରେ ଭିତର ଭଣ୍ଡାର ଖୋଲାଯିବ। ରତ୍ନଭଣ୍ଡାର ଖୋଲିବା ପରେ ମୂଲ୍ୟବାନ ସାମଗ୍ରୀ ଅନ୍ୟତ୍ର ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବ। ଯେତେବେଳେ ଅଳଙ୍କାର ସ୍ଥାନାନ୍ତର କରାଯିବ, ତାହାର ଭିଡିଓଗ୍ରାଫି କରାଯିବ। ରତ୍ନଭଣ୍ଡାର ଖୋଲିବା ସମୟରେ ମହାପ୍ରଭୁଙ୍କ ରୀତିନୀତିରେ କୌଣସି ପ୍ରକାର ବାଧା ସୃଷ୍ଟି ନ ହେବାକୁ ଧ୍ୟାନ ଦିଆଯିବ।