ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସୁରକ୍ଷା ଦୃଷ୍ଟିରୁ ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଭୁବନେଶ୍ୱର ୦୭।୦୮ : ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିସିପି । ଗୃହମନ୍ତ୍ରୀଙ୍କ ଗସ୍ତ ଲାଗି ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଅମିତ ଶାହଙ୍କ କାରକେଡରେ ରହିବ ୩୦ ଗାଡ଼ି । ଏଥିରେ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ଗାଡ଼ି, ଜାମର ରହିବ । ବିମାନବନ୍ଦରରୁ ମେ ଫେୟାର ଓ ମେ ଫେୟାରରୁ ଲିଙ୍ଗରାଜ ମନ୍ଦିର ଯାଏଁ କାରକେଡ଼ ରିହରସଲ କରିଛି କମିଶନରେଟ ପୋଲିସ । ସୁରକ୍ଷା ଦୃଷ୍ଟିରୁ ଏୟାରପୋର୍ଟ ସମ୍ମୁଖରେ ବାରିକେଡ କରାଯିବ ।

ସୂଚନାଯୋଗ୍ୟ ଯେ, ଆଜିଠୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରବିବାର ରାତିରେ ଭୁବନେଶ୍ୱରରେ ପହଞ୍ଚିବେ ଅମିତ ଶାହ । ଭୁବନେଶ୍ୱର ବିମାନ ବନ୍ଦରରେ ରାତି ୧୦ ଟାରେ ସେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ବିମାନ ବନ୍ଦରରେ ଶାହାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ । ସୋମବାର ସକାଳୁ ଲିଙ୍ଗରାଜଙ୍କ ଦର୍ଶନ କରିବେ । କଟକରେ ଅମୃତ ମହୋତ୍ସବ ଅବସରରେ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିବା ସହ ଜନ୍ମ ସ୍ଥାନ ପରିଦର୍ଶନ କରିବେ।