ନୀତି ଆୟୋଗ ବୈଠକରେ ସ୍ୱତନ୍ତ୍ର ଫୋକସ୍‌ ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କୋଭିଡ୍ ମହାମାରୀକୁ ପ୍ରଭାବଶାଳୀ ଭାବେ ନିୟନ୍ତ୍ରଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟମନ୍ତୀ ନବୀନ କହିଛନ୍ତି ଯେ, ଆଜି ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳ ପ୍ରଦର୍ଶନ କରୁଛି। ସମସ୍ତ କ୍ରୀଡ଼ାବିତ୍ ମାନଙ୍କୁ ମୋର ଆନ୍ତରିକତା ଶୁଭେଚ୍ଛା ଏବଂ ଅଭିନନ୍ଦନ। ସେମାନଙ୍କ ପାଇଁ ମାତୃଭୂମି ଆଜି ଗର୍ବିତ । ଅନେକ ସମୟରେ କେନ୍ଦ୍ର ରାଜ୍ୟକୁ କେନ୍ଦ୍ରୀୟ ତାଲିକାରେ ଥିବା ବିଷୟ ଗୁଡ଼ିକରେ ଅବହେଳିତ କରିଛି ।

ଟେଲିକମ୍, ରେଳବାଇ ଏବଂ ବ୍ୟାଙ୍କିଂ ସେବା ଓଡ଼ିଶାରେ ପହଞ୍ଚିବାରେ ଓଡ଼ିଶା ସର୍ବନିମ୍ନ ଅଛି । ତେଣୁ କେନ୍ଦ୍ରକୁ ସ୍ଵତନ୍ତ୍ର ଫୋକସ୍ ଦେବାକୁ ଦାବି କରିଛନ୍ତି । ରାଜ୍ୟ ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଛି । ତେଣୁ ଓଡ଼ିଶାକୁ ସ୍ଵତନ୍ତ୍ର ଫୋକସ ମାନ୍ୟତା ଦିଆଯାଉ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କାର୍ଯ୍ୟକାରିତାରେ ତ୍ରୁଟି ରହିବା ଯୋଗୁଁ ଅନେକ କୃଷକ ଏହି ଯୋଜନାରେ ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି। ଯଦି ନୀତି ଆୟୋଗ ଏହାକୁ ଅଧ୍ୟୟନ କରନ୍ତି ଏବଂ କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ ପରାମର୍ଶ ଦିଅନ୍ତି , ତେବେ କୃଷକମାନେ ଲାଭ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।